ଏକ ବିରଳ ମୂହୁର୍ତ୍ତ ଏବଂ ଆରତ୍ମନିର୍ଭର ଭାରତର ଜାଜୁଲ୍ୟମାନ ଉଦାହରଣ : କେନ୍ଦ୍ର ପରିବେଶ ମନ୍ତ୍ରୀ |

ରାଜସ୍ଥାନର ଝୁନ୍‌ଝୁନ୍‌ରୁ ପଙ୍ଗପାଳ ୩ ଦଳ ହୋଇ ହରିଆନାର ଗୁରୁଗ୍ରାମ, ପଲୱାଲ ଏବଂ ଉତ୍ତର ପ୍ରଦେଶ ଆଡେ ମୁହାଁଇଲେ

June 27, 2020, National (ଜାତୀୟ) , , DSLR News Bureau


ରାଜସ୍ଥାନର ଝୁନ୍‌ଝୁନ୍‌ରୁ ପଙ୍ଗପାଳ ୩ ଦଳ ହୋଇ ହରିଆନାର ଗୁରୁଗ୍ରାମ, ପଲୱାଲ ଏବଂ ଉତ୍ତର ପ୍ରଦେଶ ଆଡେ ମୁହାଁଇଲେ
DSLR News Bureau
June 27, 2020

Representational Image/Youtube

ନୂଆଦିଲ୍ଲୀ, ୨୭.୦୬.୨୦:ଜୁନ୍‌ ୨୬ ତାରିଖ ସକାଳେ ରାଜସ୍ଥାନର ଝୁନ୍‌ଝୁନ୍‌ ଅଞ୍ଚଳରୁ ପଙ୍ଗପାଳ ଦଳକୁ ଠାବ କରାଯାଇଥିଲା । ସେମାନଙ୍କୁ ନିପାତ କରିବା ପାଇଁ ନିୟନ୍ତ୍ରଣକାରୀ ଦଳକୁ ନିୟୋଜିତ କରାଯାଇଛି । ଏହି ଅଭିଯାନରୁ ବର୍ତ୍ତି ଯାଇଥିବା ଅସଂଖ୍ୟ ପଙ୍ଗପାଳ ପୁନର୍ବାର ଏକାଠି ହୋଇ ଗୋଟିଏ ଦଳ ଗତକାଲି ସନ୍ଧ୍ୟାରେ ହରିଆନାର ରେୱାରିରେ ପହଞ୍ଚିଥିଲା । ତୁରନ୍ତ ସେଠାରେ ଦମନକାରୀ ଦଳ ପହଞ୍ଚି ଆଜି ସକାଳ ପର୍ୟ୍ୟନ୍ତ ଅଭିଯାନ ଚଳାଇଥିଲେ । ଏହା ପରେ ବର୍ତ୍ତିଯାଇଥିବା ପଙ୍ଗପାଳମାନେ ଏକାଠି ହୋଇଥିଲେ ।


ତିନି ଭାଗରେ ବିଭକ୍ତ ହୋଇ ଏହି ପଙ୍ଗପାଳ ଦଳର ଗୋଟିଏ ଭାଗ ହରିଆନାର ଗୁରୁଗ୍ରାମ ଏବଂ ସେଠାରୁ ଫରିଦାବାଦ ଦେଇ ଉତ୍ତରପ୍ରଦେଶ ଆଡେ ମୁହାଁଇଛି । ଆଉ ଏକ ପଙ୍ଗପାଳ ଦଳ ଦିଲ୍ଲୀର ଦ୍ୱାରକା ଆଡେ ମୁହାଁଇବା ପରେ ସେଠାରୁ ଦୌଲତାବାଦ, ଗୁରୁଗ୍ରାମ, ଫରିଦାବାଦ ଅତିକ୍ରମ କରି ଉତ୍ତର ପ୍ରଦେଶରେ ପ୍ରବେଶ କରିଛି । ତୃତୀୟ ପଙ୍ଗପାଳ ଦଳଟିକୁ ହରିଆନାର ପଲୱାଲ ଦେଖିବାକୁ ମିଳିଥିଲା । ଏହି ଦଳ ସେଠାରୁ ଉତ୍ତରପ୍ରଦେଶ ଆଡେ ମୁହାଁଇଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ସହରାଞ୍ଚଳରେ ପଙ୍ଗପାଳ ଦଳକୁ ଠାବ କରାଯାଇ ନାହିଁ । କୃଷି ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ପଙ୍ଗପାଳ ଦଳ ଉପରେ ରାଜସ୍ଥାନ, ହରିଆନା ଏବଂ ଉତ୍ତର ପ୍ରଦେଶର କୃଷି ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନଜର ରଖାଯାଇ ସେମାନଙ୍କ ଗତିବିଧି ଠାବ କରାଯାଉଛି । କେନ୍ଦ୍ରୀୟ ପଙ୍ଗପାଳ ସର୍ତକତା ପ୍ରତିଷ୍ଠାନର ଅଧିକାରୀମାନେ ମଧ୍ୟ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଯେଉଁଠି ପଙ୍ଗପାଳ ପହଞ୍ଚୁଛନ୍ତି ସେମାନଙ୍କୁ ତୁରନ୍ତ ନିୟନ୍ତ୍ରଣ କରିବାକୁ ଅଭିଯାନ ଚାଲିଛି । ରାଜସ୍ଥାନରୁ ଅଧିକ ପଙ୍ଗପାଳ ଦମନକାରୀ ଦଳ ହରିଆନା ଓ ଉତ୍ତର ପ୍ରଦେଶରେ ପହଞ୍ଚି ସେହି ଦୁଇ ରାଜ୍ୟ ସରକାରଙ୍କୁ ସହାୟତା କରୁଛନ୍ତି ।


ପଙ୍ଗପାଳମାନେ ଦିନରେ ଗୋଟିଏ ସ୍ଥାନକୁ ଆଉ ଗୋଟିଏ ସ୍ଥାନକୁ ଦଳ ଦଳ ହୋଇ ଆକାଶମାର୍ଗରେ ଗତି କରନ୍ତି । ସନ୍ଧ୍ୟା ହେଲେ ସେମାନେ ଅବତରଣ କରି ଗଛଲତା ଓ ଫସଲ କିଆରିରେ ପଶି ସେଗୁଡିକ ଖାଇ ନଷ୍ଟ କରିଥାନ୍ତି । ପଙ୍ଗପାଳ ଦମନକାରୀ ଦଳଗୁଡିକ ଏମାନଙ୍କ ଉପରେ ନଜର ରଖିଛନ୍ତି । ରାତିରେ ପଙ୍ଗପାଳ ଦଳ ବିଭିନ୍ନ ସ୍ଥାନରେ ଓହ୍ଲାଇବା ପରେ ସେମାନଙ୍କ ବିରୋଧରେ ଦମନ ଓ ନିୟନ୍ତ୍ରଣ ଅଭିଯାନ ଆରମ୍ଭ କରାଯିବ । ଉତ୍ତର ପ୍ରଦେଶର ସବୁ ନିୟନ୍ତ୍ରଣକାରୀ ଦଳକୁ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣ ପାଇଁ ସତର୍କ କରାଇ ଦିଆଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମନର କଥା ୨.୦ (ତ୍ରୟୋଦଶ ଅଧ୍ୟାୟ); ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ “ମନ କି ବାତ’

ମନର କଥା ୨.୦ (ତ୍ରୟୋଦଶ ଅଧ୍ୟାୟ); ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ “ମନ କି ବାତ’
Read More...

ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ଗୁଡିକରେ କୋଭିଡ୍ ପରିଚାଳନା ନେଇ ଜିଲ୍ଲାପାଳ ଗୁରୁତ୍ବ

ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ଗୁଡିକରେ କୋଭିଡ୍ ପରିଚାଳନା ନେଇ ଜିଲ୍ଲାପାଳ ଗୁରୁତ୍ବ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ବ୍ରହ୍ମପୁର : ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଶ୍ରଦ୍ଧାଞ୍ଜାଳି ସଭା
View All Photos

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ