ଏକ ବିରଳ ମୂହୁର୍ତ୍ତ ଏବଂ ଆରତ୍ମନିର୍ଭର ଭାରତର ଜାଜୁଲ୍ୟମାନ ଉଦାହରଣ : କେନ୍ଦ୍ର ପରିବେଶ ମନ୍ତ୍ରୀ |

ପାତ୍ରପୁର ଗ୍ରାମକୁ ଅଗ୍ନିଶମ ବିଭାଗ ଦ୍ଵାରା ବିଶୋଧନ ସିଞ୍ଚନ

June 25, 2020, ସ୍ବାସ୍ଥ୍ୟ, ଗଞ୍ଜାମ, ରାଜେଶ କୁମାର ରଣା


ପାତ୍ରପୁର ଗ୍ରାମକୁ ଅଗ୍ନିଶମ ବିଭାଗ ଦ୍ଵାରା ବିଶୋଧନ ସିଞ୍ଚନ
ରାଜେଶ କୁମାର ରଣା
[ ସମ୍ବାଦଦାତା ]
DSLR News Bureau
June 25, 2020

ପାତ୍ରପୁର: ଦିନକୁ ଦିନ ମହାମାରୀ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ପାତ୍ରପୁର ଗ୍ରାମକୁ ମଧ୍ୟ ସିଲ୍ କରାଯାଇଛି । ପାତ୍ରପୁର ବ୍ଲକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ପ୍ରଶାସନ ପକ୍ଷରୁ ସଚେତନତା ମଧ୍ୟ ଜାରି ରହିଛି । ପାତ୍ରପୁର ବ୍ଳକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଛୁଇଁଥିବା ବେଳେ ଆଜି ପାତ୍ରପୁରର ଜଣେ ଏବଂ ବାଦପୁରର ଜଣେ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ବ୍ଲକରେ ମୋଟ ୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ପାତ୍ରପୁର ଦମକଳ ବାହିନୀ ଦ୍ବାରା ଗତକାଲି ଏସ୍. ନୂଆଗାଁରେ ବିଶୋଧନ ସିଞ୍ଚନ କରାଯାଇଥିବା ବେଳେ ଆଜି ପାତ୍ରପୁର ଗ୍ରାମର କିଛି ସାହିକୁ ସାନିଟାଇଜ କରାଯାଇଛି । ଆଗାମୀ ଦିନରେ ପାତ୍ରପୁର ବ୍ଳକରେ ପୋଜିଟିଭ୍ ବାହାରି ଥିବା ଅଞ୍ଚଳରେ ପାତ୍ରପୁର ଦମକଳ ବାହୀନି ପକ୍ଷରୁ ବିଶୋଧନ ସିଞ୍ଚନ କରାଯିବ ବୋଲି ସୂଚନା ମିଳିଛି । ପାତ୍ରପୁରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା ବେଳେ କଟକଣାକୁ ମାନୁ ନାହାନ୍ତି ଅମାନିଆ ମାନେ ଯାହା ପ୍ରଶାସନର ଚିନ୍ତା ବଢ଼ାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋଭିଡ୍ ନୋଡାଲ୍ ପ୍ରଶାସନିକ ଅଧିକାରୀ ପ୍ରମୁଖ ଶାସନ ସଚ୍ଚିବ ଜି. ମାଥିଭାଥାନନ୍ ଙ୍କ ସମୀକ୍ଷା

କୋଭିଡ୍ ନୋଡାଲ୍ ପ୍ରଶାସନିକ ଅଧିକାରୀ ପ୍ରମୁଖ ଶାସନ ସଚ୍ଚିବ ଜି. ମାଥିଭାଥାନନ୍ ଙ୍କ ସମୀକ୍ଷା
Read More...

ଖରଣିପଡାରେ ୩୬ ପରିବାର ରହିବେ ସଂଗରୋଧ କେନ୍ଦ୍ରରେ

ଖରଣିପଡାରେ ୩୬ ପରିବାର ରହିବେ ସଂଗରୋଧ କେନ୍ଦ୍ରରେ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ପେଥାଇ ବାତ୍ୟା ବିପଦ ଟଳିଲା ଲଗାଣ ବର୍ଷା ଯୋଗୁଁ ଫସଲ ନଷ୍ଟ ଆଶଙ୍କାରେ ଚାଷୀ
View All Photos

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ