ଏକ ବିରଳ ମୂହୁର୍ତ୍ତ ଏବଂ ଆରତ୍ମନିର୍ଭର ଭାରତର ଜାଜୁଲ୍ୟମାନ ଉଦାହରଣ : କେନ୍ଦ୍ର ପରିବେଶ ମନ୍ତ୍ରୀ |

କେନ୍ଦ୍ରୀୟ ଦଳ ପରିଦର୍ଶନ କରିବେ ମହାରାଷ୍ଟ୍ର, ଗୁଜରାଟ ଓ ତେଲଙ୍ଗାନା • ମୋଟ ନମୁନା ପରୀକ୍ଷା ୭୫ ଲକ୍ଷ ଟପିଲା • ଆରୋଗ୍ୟ ହାର ୫୭.୪୩ ଶତକଡାକୁ ବୃଦ୍ଧି

June 25, 2020, ସ୍ବାସ୍ଥ୍ୟ, , DSLR News Bureau


କେନ୍ଦ୍ରୀୟ ଦଳ ପରିଦର୍ଶନ କରିବେ ମହାରାଷ୍ଟ୍ର, ଗୁଜରାଟ ଓ ତେଲଙ୍ଗାନା • ମୋଟ ନମୁନା ପରୀକ୍ଷା ୭୫ ଲକ୍ଷ ଟପିଲା • ଆରୋଗ୍ୟ ହାର ୫୭.୪୩ ଶତକଡାକୁ ବୃଦ୍ଧି
DSLR News Bureau
June 25, 2020

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମସଚିବ ଲବ ଅଗ୍ରୱାଲଙ୍କ ନେତୃତ୍ବରେ ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ ଆସନ୍ତା ୨୬ ରୁ ୨୯ ପର୍ୟ୍ୟନ୍ତ ଗୁଜରାଟ, ମହାରାଷ୍ଟ୍ର ଓ ତେଲଙ୍ଗାନା ରାଜ୍ୟ ପରିଦର୍ଶନ କରିବେ । ସେମାନେ ସେହି ରାଜ୍ୟଗୁଡ଼ିକର ଅଧିକାରୀମାନଙ୍କ ସହ କୋଭିଡ-୧୯ ମହାମାରୀର ପରିଚାଳନା ସମ୍ପର୍କରେ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି । ଦେଶରେ ବର୍ତ୍ତମାନ ଏକ ଅଭୁତପୂର୍ବ ଘଟଣା କ୍ରମରେ ନମୁନା ପରୀକ୍ଷା କେନ୍ଦ୍ର ସଂଖ୍ୟା ୧୦୦୭ରେ ପହଞ୍ଚିଛି । ଏଥିରେ ୭୩୪ଟି ସରକାରୀ ଓ ୨୭୩ ଘରୋଇ ପରୀକ୍ଷାଗାର ରହିଛି ।


Real-Time RT PCR based testing labs: 559 (Govt: 359 + Private: 200)TrueNat based testing labs : 364 (Govt: 343 + Private: 21) CBNAAT based testing labs : 84 (Govt: 32 + Private: 52)


ଗତ ଜାନୁଆରୀ ମାସରେ କୋଭିଡ-୧୯ ପାଇଁ ସୀମିତ ନମୁନା ପରୀକ୍ଷା ହେଉଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୨,୦୭,୮୭୧ଟି ନମୁନା ପରୀକ୍ଷା କରାଯାଇପାରିଛି । ଏଥିସହିତ ମୋଟ ନମୁନା ପରୀକ୍ଷଣ ସଂଖ୍ୟା ୭୫,୬୦,୭୮୨ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୩,୦୧୨ଜଣ କରୋନା ସଂକ୍ରମିତ ରୋଗୀ ସୁସ୍ଥ ହୋଇଛନ୍ତି । ଏପର୍ୟ୍ୟନ୍ତ ମୋଟ ୨,୭୧,୬୯୬ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହି ଆରୋଗ୍ୟ ଲାଭ ହାର ଶତକଡା ୫୭.୪୩ରେ ପହଞ୍ଚିଛି । ବର୍ତ୍ତମାନ ୧,୮୬,୫୧୪ ଜଣ ସକ୍ରିୟ କରୋନା ରୋଗୀ ଚିକିତ୍ସାଧୀନ ଅଛନ୍ତି ।


ବର୍ତ୍ତମାନ ବିଶ୍ଵରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷରେ ୧୨୦.୨୧ ରହିଥିବା ବେଳେ ଭାରତରେ ଏହା ୩୩.୩୯ ରହିଛି । ସେହିପରି ଆମ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ବିଶ୍ଵରେ ସବୁଠାରୁ ନ୍ୟୁନତମ ଅର୍ଥାତ ପ୍ରତି ଲକ୍ଷେରେ ୧.୦୬ ଭାଗ ଥିବା ବେଳେ ବିଶ୍ଵରେ ଏହା ୬.୨୪ ରହିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମିଳିତ ଭାବରେ ପିଏଡିସିର କଲେ ଉଦଘାଟନ

ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମିଳିତ ଭାବରେ ପିଏଡିସିର କଲେ ଉଦଘାଟନ
Read More...

ସାପ୍ତାହିକ ରବିବାର ଛୁଟିଦିନ ଅଧିକାରୀ ଓ କର୍ମଚାରୀ ନିଜ ପରିବାର ସହ ବଶ୍ରାମ ନେବେ- ଜିଲ୍ଲାପାଳ

ସାପ୍ତାହିକ ରବିବାର ଛୁଟିଦିନ ଅଧିକାରୀ ଓ କର୍ମଚାରୀ ନିଜ ପରିବାର ସହ ବଶ୍ରାମ ନେବେ- ଜିଲ୍ଲାପାଳ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :କୋଭିଡ-୧୯ ପରିଚାଳନା ଲାଗି ୨ ବର୍ଷ (୨୦୨୦-୨୧ ଏବଂ ୨୦୨୧-୨୨) ପାଇଁ ସାଂସଦ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠି ସ୍ଥଗିତ ରଖିବାକୁ କ୍ୟାବିନେଟ ଅନୁମୋଦନ
View All Photos

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ