ଏକ ବିରଳ ମୂହୁର୍ତ୍ତ ଏବଂ ଆରତ୍ମନିର୍ଭର ଭାରତର ଜାଜୁଲ୍ୟମାନ ଉଦାହରଣ : କେନ୍ଦ୍ର ପରିବେଶ ମନ୍ତ୍ରୀ |

ପ୍ରବାସୀ ଓଡ଼ିଆଙ୍କ ପାଚିକା ମାନଙ୍କୁ ଉପହାର

June 23, 2020, ବିଶେଷ, ଗଞ୍ଜାମ, ଡ଼ଃ.କୁମୁଦ ଚନ୍ଦ୍ର ବେହେରା


ପ୍ରବାସୀ ଓଡ଼ିଆଙ୍କ ପାଚିକା ମାନଙ୍କୁ ଉପହାର
ଡ଼ଃ.କୁମୁଦ ଚନ୍ଦ୍ର ବେହେରା
[ ଗଞ୍ଜାମ ଜ଼ିଲ୍ଲା ବ୍ୟୁରୋ ମୁଖ୍ୟ ]
DSLR News Bureau
June 23, 2020

ବୁଗୁଡା : ପାଙ୍ଗିଡ଼ି ପଞ୍ଚାୟତ ଅନ୍ତର୍ଗତ ଟିକରପଡ଼ା ଗ୍ରାମର ପ୍ରାଥମିକ ବିଦ୍ୟାଳୟର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଓଡିଆମାନେ କେନ୍ଦ୍ରର ତିନିଜଣ ପାଚିକାଙ୍କୁ ଶାଢ଼ୀ ଉପହାର ପ୍ରଦାନ କରିଥିବା ଜଣାପଡ଼ିଛି। ଅନ୍ୟ ରାଜ୍ୟରେ ଥିବା ପ୍ରବାସୀ ଓଡିଆମାନେ ଗଞ୍ଜାମ ଜିଲ୍ଲାକୁ ଫେରିବା ପରେ ୧୪ ଦିନ ପର୍ଯ୍ୟନ୍ତ ଟିକରପଡ଼ା ପ୍ରାଥମିକ ବିଦ୍ୟାଳୟର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧ ଗୃହରେ ରହିଥିଲେ। ସେମାନେ ଘରକୁ ଫେରିବା ପୂର୍ବରୁ ଯେଉଁ ତିନି ଜଣ ମହିଳା ସେମାନଙ୍କୁ ରୋଷେଇ କରି ଖାଇବାକୁ ଦେଉଥିଲେ ସେହି ତିନିଜଣ ପାଚିକାଙ୍କୁ ଉପହାର ସ୍ୱରୂପ ଖଣ୍ଡେ ଲେଖାଏଁ ଶାଢ଼ୀ ପ୍ରଦାନ କରିଥିଲେ।


ଏହି କାର୍ଯ୍ୟକ୍ରମ ସମୟରେ ପାଙ୍ଗିଡ଼ି ପଞ୍ଚାୟତର ସମିତି ସଭ୍ୟ କୃଷ୍ଣ ଚନ୍ଦ୍ର ରା ଉପସ୍ଥିତ ଥିଲେ। ବିଭିନ୍ନ କେନ୍ଦ୍ରରେ ଖାଦ୍ୟପେୟ ପାଇଁ ନାନା ପ୍ରକାର ବିଶୃଙ୍ଖଳା ସୃଷ୍ଟି ହେଉଥିବା ବେଳେ ଏହି କେନ୍ଦ୍ରରେ ରହିଥିବା ପ୍ରବାସୀ ଓଡିଆମାନେ ପାଚିକା ମାନଙ୍କୁ ଉପହାର ପ୍ରଦାନ କରିବା ଏଠାର ସୁପରିଚାଳନା ଯୋଗୁଁ ସମ୍ଭବ ହୋଇଛି। ଏହା ସମିତି ସଭ୍ୟଙ୍କ ଗ୍ରାମ ହୋଇଥିବା ଯୋଗୁଁ ସେ ନିଜେ ପରିଚାଳନା ସୁଚାରୁ ଭାବେ କରାଉ ଥିବା ଯୋଗୁଁ ପୂର୍ବରୁ ମଧ୍ୟ ପ୍ରବାସୀ ଓଡିଆମାନେ ପାଚିକା ମାନଙ୍କୁ ଦୁଇଥର ଉପହାର ପ୍ରଦାନ କରିଛନ୍ତି। ଏହା ସମସ୍ତ କେନ୍ଦ୍ର ପାଇଁ ଏକ ଉଦାହରଣ କହିଲେ ଅତ୍ୟୁକ୍ତି ହେବନାହିଁ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହାପ୍ରଭୁ ଜଗନ୍ନାଥ ଆମ ସମସ୍ତଙ୍କ ଉପରେ ଆଶୀର୍ବାଦ ବର୍ଷା କରନ୍ତୁ ଓ ଦେଶକୁ ଖୁବଶୀଘ୍ର କରୋନା ମହାମାରୀ କବଳରୁ ରକ୍ଷା କରନ୍ତୁ :ଅମିତ ଶାହ

ମହାପ୍ରଭୁ ଜଗନ୍ନାଥ ଆମ ସମସ୍ତଙ୍କ ଉପରେ ଆଶୀର୍ବାଦ ବର୍ଷା କରନ୍ତୁ ଓ ଦେଶକୁ ଖୁବଶୀଘ୍ର କରୋନା ମହାମାରୀ କବଳରୁ ରକ୍ଷା କରନ୍ତୁ :ଅମିତ ଶାହ
Read More...

ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କର - ପ୍ରାଥମିକ ଶିକ୍ଷକ ସଂଘ

ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କର - ପ୍ରାଥମିକ ଶିକ୍ଷକ ସଂଘ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :କ୍ୟାବିନେଟ ବୈଠକର ନିଷ୍ପତି କ୍ରମେ ରାଷ୍ଟ୍ରପତିଙ୍କୁ ତୁରନ୍ତ ୧୬ତମ ଲୋକସଭାକୁ ଭଙ୍ଗ କରିବା ପାଇଁ ଅନୁରୋଧ
View All Photos

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ