ଏକ ବିରଳ ମୂହୁର୍ତ୍ତ ଏବଂ ଆରତ୍ମନିର୍ଭର ଭାରତର ଜାଜୁଲ୍ୟମାନ ଉଦାହରଣ : କେନ୍ଦ୍ର ପରିବେଶ ମନ୍ତ୍ରୀ |

ମନମୁଖୀ କାର୍ଯ୍ୟକୁ ନେଇ କୋଦଳା ବାସିନ୍ଦାଙ୍କ ଏନଏସି କାର୍ଯ୍ୟଳୟ ଘେରାଉ

June 23, 2020, ବିଶେଷ, ଗଞ୍ଜାମ, ଗୁଲସନ୍ କୁମାର କର


ମନମୁଖୀ କାର୍ଯ୍ୟକୁ ନେଇ କୋଦଳା ବାସିନ୍ଦାଙ୍କ ଏନଏସି କାର୍ଯ୍ୟଳୟ ଘେରାଉ
ଗୁଲସନ୍ କୁମାର କର
[ ସମ୍ବାଦଦାତା, କୋଦଳା ]
DSLR News Bureau
June 23, 2020

କୋଦଳା,୨୩-୦୬{ଗୁଲସନ କୁମାର କର}: ଗଞ୍ଜାମ ଜିଲ୍ଲା କୋଦଳା ଏନଏସିର ବାରମ୍ବାର ମନମୁଖୀ କାର୍ଯ୍ୟକୁ ନେଇ ଶେଷରେ ସୋମବାର ଦିନ ସ୍ଥାନୀୟ ଜନସାଧାରଣ ଏହାକୁ ପ୍ରତିବାଦ କରି ଏନଏସି କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ଏଥିସହ ବିଭିନ୍ନ ଦାବି ମଧ୍ୟ ରଖିଥିଲେ । ଯେପରିକି କ୍ବାରେନଟାଇନର ଅବଧି ଶେଷପରେ ମଧ୍ୟ ୨ ହଜାର ଟଙ୍କା ନମିଳିବା, ଲେବର୍ କାର୍ଡ ଧାରୀଙ୍କ ନାମରେ ଟଙ୍କା ଆସିଥିଲେ ମଧ୍ୟ ନ ମିଳିବା ଓ ପୂର୍ବରୁ ଏନଏସି ରେ ହୋଇଥିବା ବିଭିନ୍ନ ଦୁର୍ନୀତି ଉପରେ ପାଟି କରିଥିଲେ। ଏଥି ସହ ବିଜେପିର ବିଭିନ୍ନ କାର୍ଯ୍ୟକର୍ତ୍ତା ମଧ୍ୟ ଯୋଗ ଦେଇଥିଲେ,ଯେପରିକି କବିସୂର୍ଯ୍ୟନଗର ବିଧାୟକ ପାର୍ଥି ରଞ୍ଜନ ପୋଲାଇ ଓ ଅନ୍ୟାନ୍ୟ ନେତୃମଣ୍ଡଳୀ।


ପ୍ରକାଶ ଥାଉ କି ଯେ ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ଦୁର୍ନୀତି ସମ୍ପର୍କରେ ଖବର ପକାଶ ପାଇ ଆସୁଥିଲା, ତତ ସହ କୋଦଳାର କିଛି ଅସାଧୁ କର୍ମଚାରୀ ଓ ଦଲାଲଙ୍କୁ ନେଇ ମନମୁଖୀ ବେଆଇନ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇ ଆସୁଥିଲା। ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ଠିକାଦାର ପୋଷଣ ନୀତି ହେଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ଜାଣିଶୁଣି ଚୁପ୍ ରହୁଥିଲେ ସଂପୃକ୍ତ ଅଧିକାରୀ। ଏପରିକି କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅବ୍ଯବସ୍ଥା ଅଭିଯୋଗ ସଂପର୍କୀତ ଖବର ପ୍ରକାଶ ପାଇଥିଲା। ଏଥି ସହ ଟେଣ୍ଡର ଫିକ୍ସିଂ ଓ ସରିଯାଇଥିବା କାର୍ଯ୍ୟ ଉପରେ ମଧ୍ୟ ମନଇଚ୍ଛା ଟେଣ୍ଡର କାଢ଼ିବା ଇତ୍ୟାଦି।ସମ୍ବଲପୁର ରୁ ବଳୟ ଦେଉରୀଙ୍କୁ କୋଦଳା ଏନ୍.ଏ.ସି କୁ ବଦଳି କରାଯାଇଥିଲା |


ଏନେଇ ରାଜ୍ୟ ସରକାରଙ୍କ ହାଉସିଂ ଆଣ୍ଡ ଅର୍ବାନ ଡେଭେଲପମେଣ୍ଟ ଡିପାର୍ଟମେଣ୍ଟ ପକ୍ଷରୁ ଜାରି କରାଯାଇଥିବା ଏକ ପତ୍ର ସଂଖ୍ୟା - ୯୩୯୪(୨୦/୦୫/୨୦୨୦) ରୁ ଏନେଇ ସୂଚନା ମିଳିଛି। କିନ୍ତୁ ଆଜିକୁ ଦୀର୍ଘ ଦିନ ପୁରିଯାଇଥିଲେ ମଧ୍ୟ ଏ ଯାଏଁ ଉକ୍ତ ଅଫିସର କୋଦଳା ଏନ୍.ଏ.ସି ଭାର ଛାଡି ଯାଇନାହାନ୍ତି। ଶୁଣିବାକୁ ମିଳୁଛି ଯେ, କିଛି ଲୋକଙ୍କ କହିବା ଅନୁଯାୟୀ ଉକ୍ତ ବାବୁଙ୍କର ରାଜନୀତିକ କ୍ଷେତ୍ରରେ ଲମ୍ବା ହାତ ଅଛି ଯଦ୍ୱାରା ସେ ଏଠାରୁ ନ ଯାଇ ତରବରିଆ ଭାବରେ ଅନେକ ଟେଣ୍ଡର ବାହାର କରି ମନଇଚ୍ଛା କାର୍ଯ୍ୟ କରୁଛନ୍ତି।


ଏତତ ବ୍ୟତୀତ କିଛିଦିନ ତଳେ ଗଞ୍ଜାମ ଜିଲ୍ଲାପାଳ ଅଚାନକ କୋଦଳା ଏନଏସି ଗ୍ରସ୍ତରେ ଆସି ଏନଏସି ପକ୍ଷରୁ ନିର୍ମାଣଧୀନ ଥିବା ଏମିସିସି ଓ ଏମଆରସ ପ୍ରକଳ୍ପ ଅସମ୍ପୂର୍ଣ୍ଣ ଥିବା ଦେଖି ସୁଜିତ କୁମାର ଚୌଧୁରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏ ସମ୍ପର୍କରେ ଏନଏସି ଏକ୍ସକ୍ୟୁଟିଭି ଅଫିସର ଶ୍ରୀ ଚୌଧୁରୀଙ୍କ ଫୋନରେ ଯୋଗାଯୋଗ କରିବାରୁ ତାହା ସମ୍ଭବ ହୋଇପାରିନାହିଁ। ଏ ନେଇ ସ୍ଥାନୀୟ ଜନ ସାଧାରଣ ମତବ୍ୟକ୍ତି କରିଛନ୍ତି ଯେ ଯଦି ଏହାର ସମାଧାନ ତୁରନ୍ତ ନ ହୁଏ ତାହେଲେ ସେମାନେ ପରବର୍ତୀ ସମୟରେ ରାଜରାସ୍ତକୁ ଓଲ୍ହାଇବେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ଯୋଗ ଦିବସ

ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ଯୋଗ ଦିବସ
Read More...

ଜିଲ୍ଲାର କୌଣସି ସ୍ଥାନରେ ରଥଟଣା ହେବ ନାହିଁ – ଜିଲ୍ଲାପାଳ କୋଭିଡ୍ ସଚେତନତା ନିମନ୍ତେ ଭିଡିଓ କନଫରେନ୍ସିଂ

ଜିଲ୍ଲାର କୌଣସି ସ୍ଥାନରେ ରଥଟଣା ହେବ ନାହିଁ – ଜିଲ୍ଲାପାଳ କୋଭିଡ୍ ସଚେତନତା ନିମନ୍ତେ ଭିଡିଓ କନଫରେନ୍ସିଂ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ସଂକ୍ରମଣ ଭୟରେ ଯାତ୍ରୀ ହେଉ ନଥିବାରୁ ଗଡୁନି ବସ୍
View All Photos

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ