ଏକ ବିରଳ ମୂହୁର୍ତ୍ତ ଏବଂ ଆରତ୍ମନିର୍ଭର ଭାରତର ଜାଜୁଲ୍ୟମାନ ଉଦାହରଣ : କେନ୍ଦ୍ର ପରିବେଶ ମନ୍ତ୍ରୀ |

ଗାଁ, ଗରିବ ଏବଂ ଶ୍ରମିକଙ୍କୁ ଆତ୍ମନିର୍ଭର ଏବଂ ସଶକ୍ତ କରିବା ଦିଗରେ ମୋଦୀ ସରକାର ଉଦ୍ୟମରତ

June 20, 2020, National (ଜାତୀୟ) , , DSLR News Bureau


ଗାଁ, ଗରିବ ଏବଂ ଶ୍ରମିକଙ୍କୁ ଆତ୍ମନିର୍ଭର ଏବଂ ସଶକ୍ତ କରିବା ଦିଗରେ ମୋଦୀ ସରକାର ଉଦ୍ୟମରତ
DSLR News Bureau
June 20, 2020

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କ କଲ୍ୟାଣକୁ ସର୍ବଦା ଦୃଷ୍ଟିରେ ରଖି ଶ୍ରମିକମାନଙ୍କୁ କାମ ଦେବା ଓ ସେମାନଙ୍କ ଆତ୍ମସମ୍ମାନର ସୁରକ୍ଷା ତଥା ଗ୍ରାମୀଣ ବିକାଶର ଅପାର ସମ୍ଭାବନାଗୁଡିକୁ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶନିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଶୁଭାରମ୍ଭ ହୋଇଥିବା ଗରିବ କଲ୍ୟାଣ ରୋଜଗାର ଅଭିଯାନକୁ ସ୍ଵାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ।


ପ୍ରଧାନମନ୍ତ୍ରୀ ପୂର୍ବ ଭାରତର ସମଗ୍ର ବିକାଶକୁ ପ୍ରାଥମିକତା ଦେଇ ଓଡିଶାର ୪ଟି ଜିଲ୍ଲା ଗଞ୍ଜାମ, ଭଦ୍ରକ, ବଲାଙ୍ଗୀର ଏବଂ ବାଲେଶ୍ଵରକୁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ସହ ଯୋଡିଛନ୍ତି । ଯଦ୍ୱାରା ଏହି ଜିଲ୍ଲାର ଶ୍ରମିକ ତଥା ପ୍ରବାସୀ ଶ୍ରମିକମାନେ ରୋଜଗାର ପାଇପାରିବେ ଏବଂ ସେମାନଙ୍କ ଜୀବନଜୀବିକାରେ ପରିବର୍ତ୍ତନ ଆସିବ। ଏହଥିପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । କରୋନାର ଏହି ସଙ୍କଟ ସମୟରେ ରୋଜଗାର ସୃଷ୍ଟି କରି ପ୍ରତ୍ୟେକ ଘର ଓ ସବୁ ଗ୍ରାମ ପର୍ୟ୍ୟନ୍ତ ପହଞ୍ଚାଇବା ଦିଗରେ ଏହି ଅଭିଯାନ ବହୁତ ବଡ ପଦକ୍ଷେପ ବୋଲି କହିଛନ୍ତି ଶ୍ରୀ ପ୍ରଧାନ।


ସେ କହିଛନ୍ତି ଯେ, ୫୦ ହଜାର କୋଟି ଟଙ୍କା ମୂଲ୍ୟରେ ଓଡିଶା ସମେତ ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଝାଡଖଣ୍ଡ ରାଜ୍ୟର ୧୧୬ ଗ୍ରାମୀଣ ଜିଲ୍ଲାରେ ବିସ୍ଥାପିତ ଶ୍ରମିକମାନଙ୍କୁ ଗ୍ରାମରେ ମୌଳିକ ସୁବିଧା ସହ ଜଡିତ ୨୫ଟି ଭିନ୍ନ ଭିନ୍ନ କାର୍ୟ୍ୟକ୍ରମ ଦ୍ଵାରା କାମ ଯୋଗାଇ ଦିଆଯିବ । ଯଦ୍ୱାରା ଏହି କଠିନ ପରିସ୍ଥିତିରେ ମଧ୍ୟ ଗରିବ ଲୋକଙ୍କ ଜୀବନ ଶୈଳୀ ଉନ୍ନତ ହେବ ।


ମୌଳିକ ସୁବିଧା ସହ ଜଡିତ ୨୫ଟି ଭିନ୍ନ ଭିନ୍ନ କାମରେ ପ୍ରଧାନମନ୍ତ୍ରୀ ଊର୍ଜା ଗଙ୍ଗାର କାମକୁ ମଧ୍ୟ ସାମିଲ କରାଯାଇଛି । ଗରିବ କଲ୍ୟାଣ ରୋଜଗାର ଅଭିଯାନକୁ ସଫଳ କରିବା ପାଇଁ ଏବଂ ଦେଶରେ ରୋଜଗାର ଏବଂ ସ୍ଵରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିବା ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ସଙ୍କଳ୍ପବଦ୍ଧ ।


ଗାଁ, ଗରିବ ଏବଂ ଶ୍ରମିକଙ୍କୁ ନିଜସ୍ୱ ଯୋଜନାରେ କେନ୍ଦ୍ରରେ ରଖିବା ସହ ସେମାନଙ୍କୁ ଆତ୍ମନିର୍ଭର ଏବଂ ସଶକ୍ତ କରିବା ଦିଗରେ ମୋଦୀ ସରକାର ଗତ ୬ ବର୍ଷ ଧରି ଉଦ୍ୟମ କରୁଛନ୍ତି । ଗରିବ କଲ୍ୟାଣ ରୋଜଗାର ଯୋଜନା ମାଧ୍ୟମରେ ଆମର ଶ୍ରମିକମାନଙ୍କୁ ସେମାନଙ୍କ ଆଗ୍ରହ ଏବଂ ଦକ୍ଷତା ଅନୁଯାୟୀ ନିଜ ଗ୍ରାମରେ ନିଯୁକ୍ତି ଯୋଗାଇ ଦିଆଯିବ ବୋଲି ଶ୍ରୀ ପ୍ରଧାନ କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କନ୍ଧମାଳ ଜିଲ୍ଲାର ପ୍ରଥମ ମହିଳା ଫ୍ଲାଇଙ୍ଗ ଅଫିସର

କନ୍ଧମାଳ ଜିଲ୍ଲାର ପ୍ରଥମ ମହିଳା ଫ୍ଲାଇଙ୍ଗ ଅଫିସର
Read More...

କୋଦଳା ଓ ବେଗୁନିଆପଡାରେ ଖାଦ୍ୟ ବାଣ୍ଟୁଛନ୍ତି ଶ୍ରବଣ ସେବା ଅନୁଷ୍ଠାନର ସ୍ବେଛାସେବୀ

କୋଦଳା ଓ ବେଗୁନିଆପଡାରେ ଖାଦ୍ୟ ବାଣ୍ଟୁଛନ୍ତି ଶ୍ରବଣ ସେବା ଅନୁଷ୍ଠାନର ସ୍ବେଛାସେବୀ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ତୁଳୁ ଠାରେ ସରସ୍ୱତୀ  ଶିଶୁ ମନ୍ଦିରରେ ୪ର୍ଥ ତମ ବାର୍ଷିକ ଉତ୍ସବ ପାଳିତ
View All Photos

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ