ଏକ ବିରଳ ମୂହୁର୍ତ୍ତ ଏବଂ ଆରତ୍ମନିର୍ଭର ଭାରତର ଜାଜୁଲ୍ୟମାନ ଉଦାହରଣ : କେନ୍ଦ୍ର ପରିବେଶ ମନ୍ତ୍ରୀ |

ନିଟ ପରୀକ୍ଷା ସ୍ଥଗିତ ନେଇ ଉଠିଥିବା ଗୁଜବ ସମ୍ପର୍କରେ ଏନଟିଏର ସ୍ପଷ୍ଟିକରଣ

June 17, 2020, ଶିକ୍ଷା, , DSLR News Bureau


ନିଟ ପରୀକ୍ଷା ସ୍ଥଗିତ ନେଇ ଉଠିଥିବା ଗୁଜବ ସମ୍ପର୍କରେ ଏନଟିଏର ସ୍ପଷ୍ଟିକରଣ
DSLR News Bureau
June 17, 2020

Representational Image


ନୂଆଦିଲ୍ଲୀ,୧୭-୦୬(ଡିଏଚ) : ଜୁନ 15 ତାରିଖ ଦିନ ନିଟ ପରୀକ୍ଷା ସ୍ଥଗିତ ରହିବା ନେଇ ଏକ ଭିତ୍ତିହୀନ ସର୍ବସାଧାରଣ ନୋଟିସ ଜାତୀୟ ପରୀକ୍ଷା ସଂସ୍ଥା (ଏନଟିଏ)ର ନଜରକୁ ଆସିଛି । ଏହା ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି ।ଏନଟିଏ ଏହାକୁ ଗୁରୁତ୍ଵର ସହ ଗ୍ରହଣ କରି ଏଭଳି ଗୁଜବର ଉତ୍ସକୁ ଠାବ କରିବା ପାଇଁ ତଦନ୍ତ ଜାରି ରଖିଛି।


ଏପରି ଜନବିରୋଧୀ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମସ୍ତ ପରୀକ୍ଷାର୍ଥୀ, ସେମାନଙ୍କ ଅଭିଭାବକ ଓ ସର୍ବସାଧାରଙ୍କ ଗୋଚରାର୍ଥେ ଜଣାଇଦିଆଯାଉଛି ଯେ, ଏପରି କୌଣସି ନିଷ୍ପତ୍ତି ଏନଟିଏ କିମ୍ବା ଏଥିସହ ସଂଶ୍ଳିଷ୍ଟ କୌଣସି ସଂସ୍ଥା ଦ୍ଵାରା ନିଆଯାଇ ନାହିଁ । ଜନସାଧାରଣ ଏଭଳି କୌଣସି ବିଭ୍ରାନ୍ତିକର ତଥ୍ୟର ବଶବର୍ତ୍ତୀ ନହୋଇ ଏନଟିଏର ବିଭାଗୀୟ ୱେବସାଇଟwww.nta.ac.inକିମ୍ବା ntaneet.nic.inରେ ଲଗଅନ କରି ସଠିକ ତଥ୍ୟ ହାସଲ କରନ୍ତୁ ।


ଗତ ମେ’ 11 ତାରିଖ ଦିନ ଏନଟିଏ ପକ୍ଷରୁ ଦିଆଯାଇଥିବା ସର୍ବଶେଷ ତଥ୍ୟ ଏନଟିଏର https://data.nta.ac.in/Download/Notice/Notice20200511063520.pdfୱେବସାଇଟରେ ଉପଲବ୍ଧ । ପୁନଶ୍ଚ ସଠିକ ତଥ୍ୟ ପାଇବା ପାଇଁ ସମସ୍ତ ପରୀକ୍ଷାର୍ଥୀ, ସେମାନଙ୍କ ମାତାପିତା ଓ ସର୍ବସାଧାରଣଙ୍କୁwww.nta.ac.inକିମ୍ବାntaneet.nic.inୱେବସାଇଟ ଲଗଅନ କରିବାକୁ ଅନୁରୋଧ କରାଯାଉଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋଦଳା ଗ୍ରସ୍ତରେ ଗଞ୍ଜାମ ଜିଲ୍ଲାପାଳ

କୋଦଳା ଗ୍ରସ୍ତରେ ଗଞ୍ଜାମ ଜିଲ୍ଲାପାଳ
Read More...

ଆନ୍ତର୍ଜାତିକ ଯୋଗ ଦିବସ ୨୦୨୦ ପାଳନ ପାଇଁ ପ୍ରସ୍ତୁତ ହେଉଛି ଆୟୁଷ ମନ୍ତ୍ରଣାଳୟ

ଆନ୍ତର୍ଜାତିକ ଯୋଗ ଦିବସ ୨୦୨୦ ପାଳନ ପାଇଁ ପ୍ରସ୍ତୁତ ହେଉଛି ଆୟୁଷ ମନ୍ତ୍ରଣାଳୟ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ବିବୃତି
View All Photos

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ