ଏକ ବିରଳ ମୂହୁର୍ତ୍ତ ଏବଂ ଆରତ୍ମନିର୍ଭର ଭାରତର ଜାଜୁଲ୍ୟମାନ ଉଦାହରଣ : କେନ୍ଦ୍ର ପରିବେଶ ମନ୍ତ୍ରୀ |

ପ୍ରଧାନମନ୍ତ୍ରୀ ଏବଂ ଲାଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

June 13, 2020, National (ଜାତୀୟ) , , DSLR News Bureau


ପ୍ରଧାନମନ୍ତ୍ରୀ ଏବଂ ଲାଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ
DSLR News Bureau
June 13, 2020

ନୂଆଦିଲ୍ଲୀ, ୧୩-୦୬: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲାଓ ପ୍ରଧାନମନ୍ତ୍ରୀ ମହାମହିମ ଡଃ ଥୋଙ୍ଗଲୌନ ସିସୌଲିଥଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । କୋଭିଡ-୧୯ ବୈଶ୍ଵିକ ମହାମାରୀ ଦ୍ଵାରା ସ୍ୱାସ୍ଥ୍ୟ ଏବଂ ଆର୍ଥିକ କ୍ଷେତ୍ରରେ ଦେଖାଦେଇଥିବା ଆହ୍ଵାନ ଉପରେ ଦୁଇ ନେତା ସେମାନଙ୍କ ମତ ବିନିମୟ କରିଥିଲେ । ମହାମାରୀର ବ୍ୟାପକତାକୁ ରୋକିବା ଦିଗରେ ଲାଓ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପ୍ରଭାବଶାଳୀ ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।


କୋଭିଡ ପରବର୍ତ୍ତୀ ବିଶ୍ଵ ପାଇଁ ପ୍ରସ୍ତୁତ ହେବା ଲାଗି ଉଭୟ ନେତା ଆନ୍ତଃରାଷ୍ଟ୍ରୀୟ ସହଯୋଗର ଆବଶ୍ୟକତା ଏବଂ ସର୍ବୋତ୍ତମ ଅଭ୍ୟାସ ଓ ଅଭିଜ୍ଞତା ବାଣ୍ଟିବା ନେଇ ସହମତ ହୋଇଥିଲେ । ଲାଓ ସହିତ ଭାରତର ଐତିହାସିକ ତଥା ସାଂସ୍କୃତିକ ସମ୍ପର୍କ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଏବଂ ଭାଟ ଫୋରେ ବିଶ୍ୱ ଐତିହ୍ୟ ସ୍ଥଳର ପୁନରୁଦ୍ଧାର କାର୍ୟ୍ୟରେ ସମ୍ପୃକ୍ତି ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ।


ଲାଓର ବିକାଶମୂଳକ କାର୍ୟ୍ୟକ୍ରମ, ଦକ୍ଷତା ବିକାଶ ଏବଂ ଛାତ୍ରବୃତ୍ତି ପାଇଁ ଭାରତର ସମର୍ଥନ ଲାଗି ଲାଓ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ମୂଲ୍ୟବାନ ଅଂଶୀଦାର ସୁଦୂର ପଡ଼ୋଶୀ ରାଷ୍ଟ୍ର ଲାଓ ସହିତ ଏହାର ବିକାଶରେ ସହଭାଗୀତାର ଧାରା ଜାରି ରଖିବା ନେଇ ଭାରତର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜିଏସଟି ପରିଷଦର ଆଇନ ଓ ପ୍ରକ୍ରିୟାଜନିତ ସୁପାରିସ

ଜିଏସଟି ପରିଷଦର ଆଇନ ଓ ପ୍ରକ୍ରିୟାଜନିତ ସୁପାରିସ
Read More...

ବିଦ୍ୟୁତ୍ ଆଘାତରେ ଯୁବକ ଗୁରୁତର ଆହତ

ବିଦ୍ୟୁତ୍ ଆଘାତରେ ଯୁବକ ଗୁରୁତର ଆହତ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :୩୦ ମାର୍ଚ୍ଚ ରେ ଓକିଲ ସଂଘର ୨୦୧୯ ନିର୍ବାଚନ
View All Photos

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ