ଏକ ବିରଳ ମୂହୁର୍ତ୍ତ ଏବଂ ଆରତ୍ମନିର୍ଭର ଭାରତର ଜାଜୁଲ୍ୟମାନ ଉଦାହରଣ : କେନ୍ଦ୍ର ପରିବେଶ ମନ୍ତ୍ରୀ |

ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଟେଲିଫୋନ ବାର୍ତ୍ତାଳାପ

May 30, 2020, ଦେଶବିଦେଶ, , DSLR News Bureau


ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଟେଲିଫୋନ ବାର୍ତ୍ତାଳାପ
DSLR News Bureau
May 30, 2020

Representational picture


ନୂଆଦିଲ୍ଲୀ,୩୦-୦୫: ରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଆଜି ସନ୍ଧ୍ୟାରେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଡଃ ମାର୍କ ଟି ଏସ୍ପରଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି । କୋଭିଡ-୧୯ ମହାମାରୀ ମୁକାବିଲା ନେଇ ଦୁଇ ମନ୍ତ୍ରୀ ସେମାନଙ୍କ ଅଭିଜ୍ଞତା ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରିଥିଲେ ଏବଂ ଏହି ଦିଗରେ ଉତ୍କୃଷ୍ଟ ଦ୍ୱିପାକ୍ଷିକ ସହଯୋଗ ଜାରି ରଖିବାକୁ ପ୍ରତିବଦ୍ଧ ହୋଇଥିଲେ ।


ବିଭିନ୍ନ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ବ୍ୟବସ୍ଥାର ଅଗ୍ରଗତି ନେଇ ସେମାନେ ସମୀକ୍ଷା କରିଥିଲେ ଏବଂ ପ୍ରତିରକ୍ଷା ସହଭାଗୀତାକୁ ଆହୁରି ଅଧିକ ଦୃଢୀଭୂତ କରିବା ଲାଗି ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଥିଲେ । ଏଥିପାଇଁ ଶ୍ରୀ ସିଂ ଆମେରିକା ରକ୍ଷା ମନ୍ତ୍ରୀ ଏସ୍ପରଙ୍କୁ ଭାରତ ଗସ୍ତ କରିବାକୁ ଆମନ୍ତ୍ରଣ କରିଥିଲେ, ଯାହାକୁ ସେ ଖୁସିରେ ଗ୍ରହଣ କରିଥିଲେ । ନିକଟରେ ହୋଇଥିବା ଘୁର୍ଣ୍ଣିବାତ୍ୟା ଅମ୍ଫନ ଦ୍ଵାରା ପୂର୍ବ ଭାରତରେ ହୋଇଥିବା ଜୀବନହାନି ନେଇ ଆମେରିକା ରକ୍ଷା ମନ୍ତ୍ରୀଙ୍କ ସମବେଦନାକୁ ରକ୍ଷା ମନ୍ତ୍ରୀ ଶ୍ରୀ ସିଂ ପ୍ରଶଂସା କରିଥିଲେ ଏବଂ ତାଙ୍କୁ ଭାରତର ରିଲିଫ କାର୍ୟ୍ୟ ବିଷୟରେ ସୂଚନା ଦେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲୋକଙ୍କ ପାଖରେ ଇନ୍ଧନ ପହଁଚାଇବା ପାଇଁ ଶୁବ ଶୀଘ୍ର ଆରମ୍ଭ କରାଯିବ ମୋବାଇଲ ଭ୍ୟାନ

ଲୋକଙ୍କ ପାଖରେ ଇନ୍ଧନ ପହଁଚାଇବା ପାଇଁ ଶୁବ ଶୀଘ୍ର ଆରମ୍ଭ କରାଯିବ ମୋବାଇଲ ଭ୍ୟାନ
Read More...

ଶ୍ରୀ ଅଜିତ ଯୋଗୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ଶ୍ରୀ ଅଜିତ ଯୋଗୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :PM condoles demise of Kader Khan
View All Photos

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ