ଏକ ବିରଳ ମୂହୁର୍ତ୍ତ ଏବଂ ଆରତ୍ମନିର୍ଭର ଭାରତର ଜାଜୁଲ୍ୟମାନ ଉଦାହରଣ : କେନ୍ଦ୍ର ପରିବେଶ ମନ୍ତ୍ରୀ |

ପ୍ରଧାନମନ୍ତ୍ରୀ ଏବଂ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

May 28, 2020, ଦେଶବିଦେଶ, , DSLR News Bureau


ପ୍ରଧାନମନ୍ତ୍ରୀ ଏବଂ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ
DSLR News Bureau
May 28, 2020

Image:DDNews(File-photo)

ନୂଆଦିଲ୍ଲୀ,୨୮-୦୫ : ଶ୍ରୀଲଙ୍କା ସାଂସଦରେ ୫୦ ବର୍ଷ ପୂର୍ତ୍ତି ଅବସରରେ ମହାମହିମ ମହିନ୍ଦା ରାଜପକ୍ଷଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନ ଯୋଗେ ତାଙ୍କ ସହ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ରାଜପକ୍ଷଙ୍କ ଦୀର୍ଘଦିନର ରାଜନୈତିକ ଜୀବନ କାଳରେ ଶ୍ରୀଲଙ୍କାର ବିକାଶ କ୍ଷେତ୍ରରେ ତାଙ୍କର ଅବଦାନକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ମରଣ କରିଥିଲେ ଏବଂ ଭବିଷ୍ୟତର ସମସ୍ତ ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ ।


ଗତକାଲି ଶ୍ରୀଲଙ୍କାରେ ବିଶିଷ୍ଟ ନେତା ଶ୍ରୀ ଅରୁମୁଗାନ ଥୋଣ୍ଡାମାନଙ୍କ ଆକସ୍ମିକ ତଥା ଅକାଳ ବିୟୋଗରେ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଥିଲେ । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ବିକାଶର ଭାଗିଦାରୀକୁ ଆଗେଇ ନେବାରେ ଶ୍ରୀ ଥୋଣ୍ଡାମାନଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ।


କୋଭିଡ-୧୯ ମହାମାରୀ ଦ୍ଵାରା ପ୍ରଭାବିତ ସ୍ୱାସ୍ଥ୍ୟ ଏବଂ ଅର୍ଥନୈତିକ କ୍ଷେତ୍ରରେ ଦେଖା ଦେଇଥିବା ଜଟିଳ ପରିସ୍ଥିତିର ମୁକାବିଲା ପାଇଁ ଦୁଇ ଦେଶରେ ନିଆଯାଉଥିବା ପଦକ୍ଷେପ ଉପରେ ଦୁଇ ନେତା ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ରାଜପକ୍ଷଙ୍କୁ ଆଶ୍ଵାସନା ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଏହି ଆହ୍ଵାନ ସମୟରେ ଭାରତ ଶ୍ରୀଲଙ୍କାକୁ ସମସ୍ତ ପ୍ରକାରର ସମ୍ଭାବ୍ୟ ସମର୍ଥନ ପ୍ରଦାନ କରିବାକୁ ପ୍ରସ୍ତୁତ ଅଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମା ପାଟଖଣ୍ଡା ଘରୋଇ ବସ ମାଲିକ ସଙ୍ଘ ପକ୍ଷରୁ ଗଡ଼ିଲା ବସ

ମା ପାଟଖଣ୍ଡା ଘରୋଇ ବସ ମାଲିକ ସଙ୍ଘ ପକ୍ଷରୁ ଗଡ଼ିଲା ବସ
Read More...

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ପରିଷଦ ବୈଠକ ଅନୁଷ୍ଠିତ ଆରମ୍ଭ ହେବ ସାତଟି ନୂଆ ଆନ୍ତଃବିଭାଗୀୟ ପାଠ୍ୟକ୍ରମ

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ପରିଷଦ ବୈଠକ ଅନୁଷ୍ଠିତ ଆରମ୍ଭ ହେବ ସାତଟି ନୂଆ ଆନ୍ତଃବିଭାଗୀୟ ପାଠ୍ୟକ୍ରମ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :Differential Grasshopper, Photo by. Dibakar Sahu,
View All Photos

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ