ଏକ ବିରଳ ମୂହୁର୍ତ୍ତ ଏବଂ ଆରତ୍ମନିର୍ଭର ଭାରତର ଜାଜୁଲ୍ୟମାନ ଉଦାହରଣ : କେନ୍ଦ୍ର ପରିବେଶ ମନ୍ତ୍ରୀ |

ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସହ ସାରା ଦେଶ ଛିଡା ହୋଇଛି: ପ୍ରଧାନମନ୍ତ୍ରୀ

May 21, 2020, ଦେଶବିଦେଶ, , DSLR News Bureau


ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସହ ସାରା ଦେଶ ଛିଡା ହୋଇଛି: ପ୍ରଧାନମନ୍ତ୍ରୀ
DSLR News Bureau
May 21, 2020

ନୂଆଦିଲ୍ଲୀ: ଓଡ଼ିଶା ଓ ପଶ୍ଚିମବଙ୍ଗରେ ଘୂର୍ଣ୍ଣିବାତ୍ୟା ଅମ୍ଫନ ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତି ଯଥାଶୀଘ୍ର ସୁଧୁରିବା ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଶାବ୍ୟକ୍ତ କରିଛନ୍ତି । ଆଜି ଟ୍ୱିଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ସାହସର ସହିତ ବାତ୍ୟା ଅମ୍ଫନର ମୁକାବିଲା କରିଥିବା ଓଡ଼ିଶାବାସୀଙ୍କ ସହିତ ମୋର ଭାବନା ରହିଛି । ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କ ସହାୟତା ଲାଗି ଅଧିକାରୀମାନେ ଚେଷ୍ଟା ଜାରି ରଖିଛନ୍ତି । ବାତ୍ୟା ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତିରେ ଯଥାଶୀଘ୍ର ସୁଧାର ଆସିବା ନେଇ ମୁଁ ପ୍ରାର୍ଥନା କରୁଛି ।”


ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ପ୍ରଭାବିତ ଅଞ୍ଚଳରେ ଏନଡିଆରଏଫ ଦଳ କାର୍ଯ୍ୟ ଚାଲୁ ରଖିଛନ୍ତି । ବରିଷ୍ଠ ଅଧିକାରୀମାନେ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ପଶ୍ଚିମବଙ୍ଗ ସରକାରଙ୍କ ସହ ପୂର୍ଣ୍ଣ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରୁଛନ୍ତି ।


ପ୍ରଭାବିତଙ୍କୁ ସାହାଯ୍ୟ କରିବା ଲାଗି ସମସ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ସଂକଟ ସମୟରେ ଓଡ଼ିଶା ଓ ପଶ୍ଚିମବଙ୍ଗବାସୀଙ୍କ ସହ ସାରା ଦେଶ ଛିଡା ହୋଇଛି । ଉଭୟ ରାଜ୍ୟରେ ସାଧାରଣ ଅବସ୍ଥା ଫେରାଇ ଆଣିବା ଲାଗି ସମସ୍ତ ପ୍ରକାର ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚେନ୍ନାଇରୁ ସାଇକେଲରେ ଫେରୁଥିଲେ ସାତ ପ୍ରବାସୀ ; ସହଯୋଗର ହାତ ବଢାଇଲେ ଗାଙ୍ଗପୁର ଶତପୁଷ୍ପ ଯୁବକ ସଂଘ

ଚେନ୍ନାଇରୁ ସାଇକେଲରେ ଫେରୁଥିଲେ ସାତ ପ୍ରବାସୀ ; ସହଯୋଗର ହାତ ବଢାଇଲେ ଗାଙ୍ଗପୁର ଶତପୁଷ୍ପ ଯୁବକ ସଂଘ
Read More...

 ଆସନ୍ତାକାଲି ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଆସନ୍ତାକାଲି ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ଗୋଶାଣୀନୂଆଗାଁ ଉତ୍କଳ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ
View All Photos

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ