ଏକ ବିରଳ ମୂହୁର୍ତ୍ତ ଏବଂ ଆରତ୍ମନିର୍ଭର ଭାରତର ଜାଜୁଲ୍ୟମାନ ଉଦାହରଣ : କେନ୍ଦ୍ର ପରିବେଶ ମନ୍ତ୍ରୀ |

କରୋନାରେ ମୃତ୍ୟୁ ବରଣ କରିଥିବା ପ୍ରଫୁଲଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଯାଉ

May 13, 2020, ଜୀବନଶୈଳୀ, ଗଞ୍ଜାମ, ଡ଼ଃ.କୁମୁଦ ଚନ୍ଦ୍ର ବେହେରା


କରୋନାରେ ମୃତ୍ୟୁ ବରଣ କରିଥିବା ପ୍ରଫୁଲଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଯାଉ
ଡ଼ଃ.କୁମୁଦ ଚନ୍ଦ୍ର ବେହେରା
[ ଗଞ୍ଜାମ ଜ଼ିଲ୍ଲା ବ୍ୟୁରୋ ମୁଖ୍ୟ ]
DSLR News Bureau
May 13, 2020

ପୋଲସରା ୧୩-୦୫ (ଡିଏସ୍‌ଏଲ୍‌ଆର୍ ନ୍ୟୁଜ୍/ଡ଼ଃ କୁମୁଦ ଚନ୍ଦ୍ର ବେହେରା):


ସାରା ବିଶ୍ୱକୁ ଗ୍ରାସିଛି କରୋନା । ଏଥିରେ ଗଲାଣି ଦୁଇ ଲକ୍ଷରୁ ଅଧିକ ଜୀବନ । କରୋନାକୁ ନେଇ ଆମଦେଶର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବହୁ ପ୍ରଚେଷ୍ଟା ଜାରିରହିଛି। ପ୍ରଶାସନ ମଧ୍ୟ ସଜାଗ ରହିବା ସ୍ଵତ୍ତ୍ୱେ ଗଞ୍ଜାମ ଜିଲ୍ଲାର ମଧୂପଲ୍ଲୀ ପଞ୍ଚାୟତର ମାଟିଆସାହି ଗ୍ରାମର ଜଣେ ଗରିବ ପ୍ରବାସୀ ଓଡ଼ିଆ ଶ୍ରମିକ ପ୍ରଫୁଲ ବେହାରଙ୍କ ଢୁଙ୍କାପଡା ହାଇ ସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ଗତ ମଇ ୮ ତାରିଖ ଦିନ ମୃତ୍ୟୁ ଘଟିଛି। ପ୍ରଫୁଲଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିଥିବା ଯୋଗୁଁ ବ୍ରହ୍ମପୁର ଆମ୍ବୁଲାନ୍ସରେ ନେବା ପୂର୍ବରୁ ସେ ସ୍କୁଲ ପାହାଚ ତଳେ ଟଳି ପଡ଼ିଥିଲେ।


କାଳେ ପ୍ରଫୁଲ କରୋନା ସଂକ୍ରମିତ ଥିବା ଚିନ୍ତାକରି ପ୍ରଶାସନ ମୃତକଙ୍କ ପରିବାରଙ୍କୁ ଶେଷ ଦର୍ଶନ ଲାଗି ଶବ ନିକଟକୁ ଛାଡି ନଥିଲେ। କଠୋର ଆଇନ ପ୍ରୟୋଗ କରିବା ଯୋଗୁଁ ପ୍ରଶାସନକୁ କେତକ ସମାଲୋଚନ କରଥିଲେ ମଧ୍ୟ ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଇବା ପରେ ପ୍ରଫୁଲଙ୍କ ସ୍କାବ ଟେଷ୍ଟରୁ କରୋନା ପଜିଟିଭ ଥିବା ଜଣାପଡିଥିଲା। ପରେ ସମାଲୋଚକ ମାନେ ଅନୁଭବ କଲେଯେ ପ୍ରଶାସନର କଠୋର ପଦକ୍ଷେପ ସ୍ବର୍ଗତ ପ୍ରଫୁଲଙ୍କ ପରିବାର ନିଶ୍ଚିତ ବିପଦରୁ ସୁରକ୍ଷିତ ହୋଇପାରିଛନ୍ତି। ହେଲେ ପ୍ରଫୁଲ୍ଲ ବେହେରାଙ୍କ ମୃତ୍ୟୁ ପରେ ଧର୍ଯ୍ୟହରା ହୋଇ ଭାଙ୍ଗିପଡିଛନ୍ତି ସ୍ତ୍ରୀ ରିତା ବେହେରାଙ୍କ ସହ ୪ ଜଣ ଝିଅ ଓ ବୁଢ଼ୀ ମାଆ। କାନ୍ଦି କାନ୍ଦି ବଡ ଝିଅ ସୋନାଲି କହିଥିଲେ, ବାପାଙ୍କରୋଜଗାରେ ଆମେ ପାଠ ପଢୁଥିଲୁ, ନୂଆ ଡ୍ରେସ ପିନ୍ଧୁଥିଲୁ, ପେଟକୁ ଦାନ ପାଉଥିଲୁ, ନିଷ୍ଟୁର କରୋନା ନେଇଗଲା ବାପାଙ୍କୁ, ବାପାଙ୍କୁ ହରାଇ ଆମେ ବର୍ତ୍ତମାନ ସମ୍ପୂର୍ଣ୍ଣ ଅସହାୟ ଓ ଦିଗହରା । ଏଣେ ସ୍ବର୍ଗତ ପ୍ରଫୁଲଙ୍କ ବିଧବା ପତ୍ନୀ କୋହଭାର କଣ୍ଠରେ କହିଥିଲେ, ଆମେ ଚଳିବୁ କେମିତି ? ଚାରି ଝିଅ ପଢ଼ିବେ କିପରି ? ଆମକୁ ଖାଇବାକୁ ଦେବକିଏ ? ଏହିପରି ଅନେକ ପ୍ରଶ୍ନ।ପ୍ରଫୁଲ୍ଲଙ୍କ ମୃତ୍ୟୁ ହେବାର ୫ ଦିନ ହୋଇଥିଲେ ମଧ୍ୟ ଏହି ଅସହାୟ ପରିବାରକୁ ସରକାରଙ୍କ ତରଫରୁ କିମ୍ବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳିନାହିଁ ବୋଲି କହିଥିଲେ ମଧୂପଲ୍ଲୀ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ବସନ୍ତ କରଣ ।


କେବଳ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ନଗଦ ଦଶ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି ।ଅନ୍ୟ ପକ୍ଷରେ ସରକାର ତୁରନ୍ତ ସ୍ବର୍ଗତ ପ୍ରଫୁଲଙ୍କ ପର୍ବାରକୁ ସହାୟତା ପ୍ରଦାନ କରିବା ଲାଗି ମଧୁପଲ୍ଲୀ ଗ୍ରାମ ପଞ୍ଚାୟତର ଜନସାଧାରଣ ନିବେଦନ କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବରିଷ୍ଠ ନାଗରିକ ମଞ୍ଚ ତରଫରୁ କରୋନା ସଚେତନତା ବୈଠକ

ବରିଷ୍ଠ ନାଗରିକ ମଞ୍ଚ ତରଫରୁ କରୋନା ସଚେତନତା ବୈଠକ
Read More...

କ୍ୱାରାନଟାଇନରେ ନବଜାତ ଶିଶୁ ପୁତ୍ରର ଜନ୍ମ

କ୍ୱାରାନଟାଇନରେ ନବଜାତ ଶିଶୁ ପୁତ୍ରର ଜନ୍ମ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :Purnendu S Mishra assumed charge as General Manager, South Eastern Railway
View All Photos

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ