ଏକ ବିରଳ ମୂହୁର୍ତ୍ତ ଏବଂ ଆରତ୍ମନିର୍ଭର ଭାରତର ଜାଜୁଲ୍ୟମାନ ଉଦାହରଣ : କେନ୍ଦ୍ର ପରିବେଶ ମନ୍ତ୍ରୀ |

ଭୁବନେଶ୍ୱରରେ ପୂର୍ବାଞ୍ଚଳ ପରିଷଦର ୨୪ତମ ବୈଠକ • ବୈଠକରେ ଅଧ୍ୟକ୍ଷତା କରିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

February 27, 2020, ରାଜନୀତି, , DSLR News Bureau


ଭୁବନେଶ୍ୱରରେ ପୂର୍ବାଞ୍ଚଳ ପରିଷଦର ୨୪ତମ ବୈଠକ • ବୈଠକରେ ଅଧ୍ୟକ୍ଷତା କରିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ
DSLR News Bureau
February 27, 2020

File Image: Image used for representational purpose only (କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ)

ଭୁବନେଶ୍ୱର : ବିହାର, ଝାଡଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗକୁ ନେଇ ଗଠିତ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦର ୨୪ତମ ବୈଠକ ଆସନ୍ତା କାଲି (୨୮.୨.୨୦୨୦) ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି ।


କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଆୟୋଜନକାରୀ ରାଜ୍ୟ ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଉପାଧ୍ୟକ୍ଷ ଅଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ସୋରେନ ଏଥିରେ ଅଂଶଗ୍ରହଣ କରିବେ । ପରିଷଦର ସଦସ୍ୟ ଭାବେ ଏହିସବୁ ରାଜ୍ୟର କ୍ୟାବିନେଟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେବ । କେନ୍ଦ୍ର ସରକାରଙ୍କ ସଚିବ, ଅତିରିକ୍ତ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ମଧ୍ୟ ଏହି ବୈଠକରେ ଯୋଗଦେବେ । ଅକ୍ଟୋବର ୧, ୨୦୧୮ ମସିହାରେ ପୂର୍ବାଞ୍ଚଳ ପରିଷଦର ଶେଷ ବୈଠକ କୋଲକାତାଠାରେ ଅନୁଷ୍ଠିତ ହୋଇଥିଲା ।


ଏଠାରେ ହେବାକୁ ଥିବା ପୂର୍ବାଞ୍ଚଳ ବୈଠକରେ ପ୍ରାୟ ୫୦ଟି ବିଭିନ୍ନ ବିଷୟ ଉପରେ ଆଲୋଚନା ହେବ । ଆଲୋଚନା ମଧ୍ୟରେ ଆନ୍ତଃରାଜ୍ୟ ଜଳବିବାଦ, ବିଦ୍ୟୁତ ସରବରାହ, କୋଇଲା ଖଣି ଗୁଡିକର ପରିଚାଳନା ଏବଂ ରୟାଲିଟି, ରେଳ ପ୍ରକଳ୍ପଗୁଡିକ ନିମନ୍ତେ ଭୂମି ଓ ଜଙ୍ଗଲଗତ ମଞ୍ଜୁରି, ଜଘନ୍ୟ ଅପରାଧଗୁଡିକର ତଦନ୍ତ, ଦେଶ ଭିତରେ ଓ ସୀମାରେ ଗୋରୁ ଚାଲାଣ, ଅଗମ୍ୟ ଅଞ୍ଚଳରେ ଦୂରସଞ୍ଚାର ଓ ବ୍ୟାଙ୍କିଙ୍କ ସେବାର ଭିତ୍ତିଭୂମି, ପେଟ୍ରୋଲିୟମ ପ୍ରକଳ୍ପ, କେନ୍ଦ୍ରୀୟ ରାଜସ୍ୱର ପରିବଣ୍ଟନ ଇତ୍ୟାଦି ଅନ୍ତର୍ଭୁକ୍ତ । ଅନେକ ବରିଷ୍ଠ ଅଧିକାରୀ ଓ ରାଜନୀତିକ ନେତୃତ୍ୱଙ୍କ ଅଂଶଗ୍ରହଣ ମାଧ୍ୟମରେ ଆହୁରି ଅନେକ ବିଷୟ ବୈଠକ କାଳରେ ଆଲୋଚନା ମାଧ୍ୟମରେ ସମାଧାନ ହେବାର ସମ୍ଭାବନା ରହିଛି ।


୧୯୫୬ ରାଜ୍ୟ ପୂର୍ନଗଠନ ଆଇନର ୧୫ରୁ ୨୨ ଧାରାକୁ ଉପଜୀବ୍ୟ କରି ୧୯୫୭ ମସିହାରେ ୫ଟି ଆଞ୍ଚଳିକ ପରିଷଦ ଗଠିତ ହୋଇଥିଲା । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ପ୍ରତ୍ୟେକ ଆଞ୍ଚଳିକ ପରିଷଦର ଅଧ୍ୟକ୍ଷତା କରୁଥିବା ବେଳେ ଆୟୋଜନକାରୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହାର ଦାୟିତ୍ୱ ତୁଲାଇଥାନ୍ତି । ପ୍ରତ୍ୟେକ ରାଜ୍ୟର ଦୁଇ ଜଣ ମନ୍ତ୍ରୀ ଏହାର ସଦସ୍ୟ ଭାବେ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ହୋଇଥାନ୍ତି । କେନ୍ଦ୍ର ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ସମସ୍ୟା ଓ ସଦସ୍ୟ ରାଜ୍ୟମାନଙ୍କ ମଧ୍ୟରେ ଥିବା ବିଭିନ୍ନ ସମସ୍ୟା ଓ ମନୋମାଳିନ୍ୟ ପରିଷଦରେ ଆଲୋଚନା ଦ୍ୱାରା ସମାଧାନ କରାଯାଇଥାଏ ।


ଆଞ୍ଚଳିକ ପରିଷଦ ଅନେକ ବିଷୟ ବସ୍ତୁ ଯଥା: ସୀମା ସମ୍ପର୍କିତ ବିବାଦ, ନିରାପତ୍ତା, ସଡକ ପରିବହନ, ଶିଳ୍ପ, ଜଳ ଓ ଶକ୍ତି ଭଳି ସମ୍ପର୍କିତ ବିଭିନ୍ନ ଭିତ୍ତିଭୂମି, ଜଙ୍ଗଲ ଓ ପରିବେଶ, ଗୃହ, ଶିକ୍ଷା, ଖାଦ୍ୟ ନିରାପତ୍ତା, ପର୍ୟ୍ୟଟନ ଓ ପରିବହନ ଭଳି ବିଷୟଗୁଡିକ ମଧ୍ୟ ଆଲୋଚନା ପରିସରଭୁକ୍ତ ହୋଇଥାଏ ।


(ସ୍ରୋତ: ପିଆଇବି)




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନୋଭେଲ କରୋନା ଭୂତାଣୁ : ଇରାନ, କୋରିଆ ଓ ଇଟାଲୀ ନଯିବାକୁ ପରାମର୍ଶ

ନୋଭେଲ କରୋନା ଭୂତାଣୁ : ଇରାନ, କୋରିଆ ଓ ଇଟାଲୀ ନଯିବାକୁ ପରାମର୍ଶ
Read More...

ରାଷ୍ଟ୍ରୀୟ ବୈଷୟିକ ବୟନ ମିଶନ ଗଠନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି • ୪ ବର୍ଷ ଲାଗି ୧୪୮୦ କୋଟି ଟଙ୍କାର ବ୍ୟୟବରାଦ

ରାଷ୍ଟ୍ରୀୟ ବୈଷୟିକ ବୟନ ମିଶନ ଗଠନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି • ୪ ବର୍ଷ ଲାଗି ୧୪୮୦ କୋଟି ଟଙ୍କାର ବ୍ୟୟବରାଦ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :P M M V Yojana Reaches One Crore Beneficiaries
View All Photos

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ