ଇସ୍ପାତ୍ କ୍ଷେତ୍ରରେ ଭାରତ ଓ ଜାପାନର ମିଳିତ ଉଦ୍ୟମ ଦେଶର ଅର୍ଥନୀତିକୁ ସୁଦୃଢ କରିବ - ଧର୍ମେନ୍ଦ୍ର ପ୍ରଧାନ |

ପୋଡ଼ାମାରି କଲେଜରେ ବାର୍ଷିକ କ୍ରୀଡା

December 06, 2019, କ୍ରୀଡ଼ା, ଗଞ୍ଜାମ, ପ୍ରଫୁଲ୍ଲ କୁମାର ସାବତ


ପୋଡ଼ାମାରି କଲେଜରେ ବାର୍ଷିକ କ୍ରୀଡା
ପ୍ରଫୁଲ୍ଲ କୁମାର ସାବତ
[ ସାମ୍ବାଦଦାତା ]
DSLR News Bureau
December 06, 2019

ସାନଖେମୁଣ୍ଡି, (ପ୍ରଫୁଲ୍ଲ ସାବତ) :ପୋଡ଼ାମାରି ମହାବିଦ୍ୟାଳୟ ଠାରେ ତିନି ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ୨୦୧୯-୨୦ ର ଆଜି ଉଦଯାପନ ସମାରୋହରେ ମୁଖ୍ୟ ଅତିଥି ଭାବେ ଖେମୁଣ୍ଡୀ କଲେଜର ଅର୍ଥନୀତି ବିଭାଗର ପ୍ରାଧ୍ୟାପିକା ଡ଼.ହରପ୍ରିୟା ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ଆନ୍ଧ୍ରବ୍ୟାଙ୍କ ପ୍ରବନ୍ଧକ ଶ୍ରୀ ଏମ. ସୁରେନ ଯୋଗ ଦେଇଥିଲେ l ସଭାପତିତ୍ବ କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ପାତ୍ର l ସୁସ୍ଥ ସମାଜ ଗଠନରେ କ୍ରୀଡା ଆବଶ୍ୟକତା ଉପରେ ଅତିଥିମାନେ ନିଜ ନିଜର ମତ ପ୍ରକାଶ କରି ଛାତ୍ରଛାତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l କାର୍ଯ୍ୟକ୍ରମକୁ ସଂଜୋଜନା ଇଂରାଜୀ ଅଧ୍ୟାପକ ଶ୍ରୀ ଦୁର୍ଯ୍ୟଧନ ଜେନା, କ୍ରୀଡା ପରିଚାଳନା କରିଥିଲେ ଅଧ୍ୟାପକ ଶ୍ରୀ ରାମସ୍ୱରୂପ ପାଣିଗ୍ରାହୀଙ୍କ ସହ କ୍ରୀଡା ଶିକ୍ଷକ ଶ୍ରୀ ସୁରେନ୍ଦ୍ର ବେହେରା ସହଯୋଗ କରିଥିଲେ l ରାମଜୀ ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ଶ୍ରୀ ଅକ୍ଷୟ କୁମାର ଯୋଗ ଦେଇଥିଲେ l ସମସ୍ତ ଶ୍ରେଷ୍ଠ କ୍ରୀଡାବିତ୍ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଅଶୋକ ଶତପଥି , ପ୍ରଭୂଦତ୍ତ ବ୍ରହ୍ମା, ରବିତା ପ୍ରଧାନଙ୍କ ସହ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ l





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କନ୍ଧମାଳ ଜିଲ୍ଲା ; ଖ୍ରୀଷ୍ଟ ଜନ୍ମ ଉତ୍ସବ ପାଳନ

କନ୍ଧମାଳ ଜିଲ୍ଲା ; ଖ୍ରୀଷ୍ଟ ଜନ୍ମ ଉତ୍ସବ ପାଳନ
Read More...

ଛତ୍ରପୁର ଲୋକକଳା ମହୋତ୍ସବ

ଛତ୍ରପୁର ଲୋକକଳା ମହୋତ୍ସବ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ହିଞିଳି ବ୍ଳକରେ
View All Photos

ଦର୍ଶକ ପରିସଂଖ୍ୟାନ :

http://www.hitwebcounter.com/


ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ