ସାରା ଦେଶ ପାଇଁ ହେବ ଏକକ ଇଲେକଟ୍ରୋନିକ ଟୋଲ ଆଦାୟ ବ୍ୟବସ୍ଥା |

ପାରଳାଖେମୁଣ୍ଡି ପୋଲିସ ଦ୍ବାରା ୬ ଜଣ ଜୁଆଡି ଗିରଫ

October 07, 2019, ଓଡ଼ିଶା, ଗଜପତି, ପ୍ରଭାତ କୁମାର ପାତ୍ର


ପାରଳାଖେମୁଣ୍ଡି ପୋଲିସ ଦ୍ବାରା ୬ ଜଣ ଜୁଆଡି ଗିରଫ
ପ୍ରଭାତ କୁମାର ପାତ୍ର
[ ସାମ୍ବାଦଦାତା, ଗଜପତି ଜିଲ୍ଲା ]
DSLR News Bureau
October 07, 2019

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ପୁଲିସ ଦ୍ବାରା ୬ ଜଣ ଜୁଆଡି ଗିରଫ ହେବାସହ ସେମାନଙ୍କ ଠାରୁ ୧୯ ହଜାର ୩ ଶହ ଟଙ୍କା ସମେତ ୪ଟି ମୋବାଇଲ ଓ ୩ ଟି ମୋଟର ସାଇକେଲ ଜବତ କରିଥିବା ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ କହିଛନ୍ତି। ସଦର ଥାନା ପୁଲିସ ବିଳମ୍ବିତ ରାତ୍ରିରେ ପେଟ୍ରୋଲିଂ କରୁଥିବା ସମୟରେ ଫରେଷ୍ଟ ଗାର୍ଡ ନିକଟରେ କିଛି ଲୋକ ଜୁଆ ଖେଳିବାର ଦେଖିବାକୁ ପାଇଥିଲେ। ତୁରନ୍ତ ସେଠାରେ ଚଢାଉ କରି ୬ ଜଣ ଜୂଆଡିଙ୍କୁ ଗିରଫ କରିଛନ୍ତି । ସେମାନେ ହେଲେ ଉପକଣ୍ଠସ୍ଥ ଯାଜପୁର ଗ୍ରାମର ଗଣପତି ପ୍ରଧାନ, ଫରେଷ୍ଟ ଗାର୍ଡର ଭି’କାତିକ, ରାମସ୍ଵାମୀପୁରର ଗଙ୍ଗା ପ୍ରଧାନ, ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଭିନ୍ନଳା ଗ୍ରାମର କାମେଶ୍ଵର ବାରିକ୍, ଉତ୍ତରସେଲି ଗ୍ରାମର ଘନଶ୍ୟାମ ଦାସ, ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କାଳଷଣ୍ଡେପୁର ଗ୍ରାମର ପ୍ରଶାନ୍ତ ବେହେରାକୁ ଗିରଫ କରିଛନ୍ତି। ଘଟଣା ସ୍ଥଳରୁ ୧୯ ହଜାର ୩ ଶହ ଟଙ୍କା, ଜୂପିଟର ସ୍କୁଟି ଗାଡି(ନଂ-ଓଡି-୨୪-୪୭୫୨), ପ୍ୟାସନ ଗାଡି(ନଂ-ଏପି୩୦ଡି୯୮୮୩)ଓ ଟିଭିଏସ ଲୁଗା ଗାଡି (ନଂ-ଏପି୩୦କେ୬୬୯୭)ସମେତ ୪ଗୋଟି ମୋବାଇଲ ଫୋନ ଜବତ କରିଛି। ଏନେଇ ପାରଳାଖେମୁଣ୍ଡି ଥାନାରେ କେସ୍ ନଂ ୧୮୭/୧୯ ରୁଜୁ କରିବା ସହ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଏସ.ଆଇ ମୁକେଶ କୁମାର ବେହେରା ,ଏଏସ ଆଇ ପୀତବାସ ବେହେରା, ଏଲ ଏନ ବେହେରା, ହାବିଲଦାର କେ ଭି ରନମ, କନିଷ୍ଟେବଲ ହରେକୃଷ୍ଣ ସାମଲ, ବି. କେ. ଗୈାଡ ସାମିଲ ଥିଲେ ବୋଲି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ପ୍ରଦାନ କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
୫୧ବର୍ଷ ପୂର୍ତ୍ତିଅବସରରେ ବାଲିଗୁଡା ଦୁର୍ଗା ପୂଜା ଉପଲକ୍ଷେ ; ଜମ୍ପ ଏଣ୍ଡ ଜିବେ ଡ୍ୟାନ୍ସ ପ୍ରତିଯୋଗିତା

୫୧ବର୍ଷ ପୂର୍ତ୍ତିଅବସରରେ ବାଲିଗୁଡା ଦୁର୍ଗା ପୂଜା ଉପଲକ୍ଷେ ; ଜମ୍ପ ଏଣ୍ଡ ଜିବେ ଡ୍ୟାନ୍ସ ପ୍ରତିଯୋଗିତା
Read More...

ଜଗତ ଜନନୀ ମାଁ ଦୁର୍ଗା ପୂଜା ଉପଲକ୍ଷେ ଚଳଚଞ୍ଚଳ ବାଲିଗୁଡା ସହର

ଜଗତ ଜନନୀ ମାଁ ଦୁର୍ଗା ପୂଜା ଉପଲକ୍ଷେ ଚଳଚଞ୍ଚଳ ବାଲିଗୁଡା ସହର
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ସର୍ବ ଭାରତୀୟ ୨ଦିନିଆ ଧର୍ମଘଟକୁ ସଫଳ କରବା ନିମନ୍ତେ ଗଞ୍ଜାମ ଜିଲ୍ଲା ସି.ପି.ଏମ୍ ର ନିବେଦନ
View All Photos

ଦର୍ଶକ ପରିସଂଖ୍ୟାନ :

http://www.hitwebcounter.com/


ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ