ସାରା ଦେଶ ପାଇଁ ହେବ ଏକକ ଇଲେକଟ୍ରୋନିକ ଟୋଲ ଆଦାୟ ବ୍ୟବସ୍ଥା |

ଶେରଗଡ଼ ସାହିତ୍ୟ ସଂସଦ ତରଫରୁ ଏକ ଶାରଦୀୟ ଆସର ଅନୁଷ୍ଠିତ

October 07, 2019, ସାହିତ୍ୟ, ଗଞ୍ଜାମ, କ୍ଷୀରୋଦ ଚନ୍ଦ୍ର ବେହେରା


ଶେରଗଡ଼ ସାହିତ୍ୟ ସଂସଦ ତରଫରୁ ଏକ ଶାରଦୀୟ ଆସର ଅନୁଷ୍ଠିତ
କ୍ଷୀରୋଦ ଚନ୍ଦ୍ର ବେହେରା
[ ସାମ୍ବାଦଦାତା ]
DSLR News Bureau
October 07, 2019

ଶେରଗଡ଼, ୭/୧୦: ମହାତ୍ମା ଗାନ୍ଧୀ ଉଚ୍ଚ ବିଦ୍ୟାଳୟଠାରେ ଶେରଗଡ଼ ସାହିତ୍ୟ ସଂସଦ ତରଫରୁ ଏକ ଶାରଦୀୟ ଆସର ଅନୁଷ୍ଠିତ ହୋଇଯାଇଥିଲା l ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ତାରିଣୀ ସଭାପତିତ୍ୱ କରିଥିଲେ ଏବଂ ମୁଖ୍ୟ ଅତିଥି ରୂପେ ବିପ୍ର ଚରଣ ମିଶ୍ର, ମୁଖ୍ୟ ବକ୍ତା-ଶରତ ଚନ୍ଦ୍ର ପଣ୍ଡା,ସମ୍ମାନିତ ଅତିଥି-ଭାଗିରଥି ପଣ୍ଡା ଓ ଭାସ୍କର ରାଉତ ପ୍ରମୁଖ ମଞ୍ଚାସିନ ଥିଲେ l ସଂସଦର ସମ୍ପାଦକ ତଥା ସଂଯୋଜକ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ l କବୟିତ୍ରୀ ଶୁଭସ୍ମିତା ତ୍ରିପାଠୀଙ୍କ ନିଜସ୍ୱ ରଚିତ ବହି ନୀଳତୃଷ୍ଣାକୁ ଆଲୋକପାତ କରି ସମ୍ବର୍ଦ୍ଧନା କରାଯାଇଥିଲା l ଏଥିରେ କବି ନିରାକାର ବିଷୋୟୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ଯୁଗଳ ସାହୁ,ପ୍ରଫୁଲ୍ଲ ପଣ୍ଡା,ଅଶୋକ କୁମାର ସାମନ୍ତରାୟ,ଅଶୋକ କୁମାର ସ୍ୱାଇଁ,ବଳରାମ ପାଣିଗ୍ରାହୀ, ସ୍ମିତା ମହାରଣା, ପ୍ରିୟଙ୍କା ପାଢ଼ୀ ଏବଂ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ “ମାମୁଁ ଘର” ବିଷୟକୁ ନେଇ କବିତା,ଗଳ୍ପ ଓ ରଚନା ପାଠ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ l ପରିଶେଷରେ ଅନିଲ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରି ଉତ୍ସବକୁ ଶେଷ କରିଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜଗତ ଜନନୀ ମାଁ ଦୁର୍ଗା ପୂଜା ଉପଲକ୍ଷେ ଚଳଚଞ୍ଚଳ ବାଲିଗୁଡା ସହର

ଜଗତ ଜନନୀ ମାଁ ଦୁର୍ଗା ପୂଜା ଉପଲକ୍ଷେ ଚଳଚଞ୍ଚଳ ବାଲିଗୁଡା ସହର
Read More...

ସମାଜର ଶତବାର୍ଷିକୀ ସମାରୋହରେ ମାନନୀୟ ଉପରାଷ୍ଟ୍ରପତିଙ୍କ ଅଭିଭାଷଣ

ସମାଜର ଶତବାର୍ଷିକୀ ସମାରୋହରେ ମାନନୀୟ ଉପରାଷ୍ଟ୍ରପତିଙ୍କ ଅଭିଭାଷଣ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :India-Russia Joint Statement during visit of President of Russia to India (October 05, 2018)
View All Photos

ଦର୍ଶକ ପରିସଂଖ୍ୟାନ :

http://www.hitwebcounter.com/


ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ