ସାରା ଦେଶ ପାଇଁ ହେବ ଏକକ ଇଲେକଟ୍ରୋନିକ ଟୋଲ ଆଦାୟ ବ୍ୟବସ୍ଥା |

ଦକ୍ଷତା ବିକାଶ ଯୋଜନା କର୍ମଶାଳା ଉଦଯାପିତ

October 05, 2019, ଶିକ୍ଷା, କନ୍ଧମାଳ, ସୁରେଶ କୁମାର ପଣ୍ଡା


ଦକ୍ଷତା ବିକାଶ ଯୋଜନା କର୍ମଶାଳା ଉଦଯାପିତ
ସୁରେଶ କୁମାର ପଣ୍ଡା
[ ସାମ୍ବାଦଦାତା, କନ୍ଧମାଳ ଜିଲ୍ଲା ]
DSLR News Bureau
October 05, 2019

ବାଲିଗୁଡା, (ସୁରେଶ କୁମାର ପଣ୍ଡା) :


ବାଲିଗୁଡା ସ୍ଥିତ ଶାନ୍ତିମୈତ୍ରୀର ସଭାଗୃହ ପରିସର ମଧ୍ୟରେ ସମ୍ପାଦକ ତଥା ନିର୍ଦ୍ଦେଶକ ଭାଗବାନ ଜେନାଙ୍କ ଅଧ୍ୟକ୍ଷତାରେ ଦକ୍ଷତା ବିକାଶ ଯୋଜନା କର୍ମଶାଳା ୫ଦିନ ଧରି ଅନୁଷ୍ଠିତ ହେବା ପରେ ଉଦଯାପିତ ହୋଇଯାଇଛି I ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତୁମୁଡିବନ୍ଧ ବ୍ଲକ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାତ୍ର, ସମ୍ମାନିତ ଅତିଥି ଭାବେ ଡି.ପି.ଏମ.ସନ୍ତୋଷ କୁମାର ରଥ, ପ୍ରକାଶ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେI I ଏହି ପାଞ୍ଚ ଦିନିଆ କର୍ମଶାଳାରେ ତୁମୁଡିବନ୍ଧ ବ୍ଲକର କୁର୍ତମଗଡ, ବେଲଘର, ଲଙ୍କାଗଡ, ଝିରିପାଣି, ଗୁମା, ମୁଣ୍ଡୀଗଡ, ପଞ୍ଚାୟତର ୩୧ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଯୋଗ ଦେଇ ସାମୁହିକ ସଞ୍ଚୟ, ବ୍ୟାଙ୍କ ମାଧ୍ୟମରେ ବିଭିନ୍ନ ଜନକଲ୍ୟାଣ କାର୍ୟ୍ୟ କରିବା, ଗରିବ ଅର୍ଥ କଣ ଜାଣିବା, ଅନ୍ଧ ବିଶ୍ୱାସକୁ ଦୂରେଇବା, ଆକସ୍ମିକ ଦୁର୍ଘଟଣା ଜନିତ ବିଭିନ୍ନ ସହଯୋଗ ଓ ବୀମା ସମ୍ବଦ୍ଧରେ ତାଲିମ ପ୍ରାପ୍ତ କରିଥିଲେ I ଏଥିରେ ଭୁବନେଶ୍ୱରରୁ ଆସିଥିବା ୪ଜଣ ମହିଳା ପ୍ରଶିକ୍ଷକା ସଂଯୁକ୍ତା ମଲିକ, ଦମୟନ୍ତୀ ପୁହାନ ,ମମତା ସାମଲ, ଓ ଜଲ୍ଲିଲତା ବଳ, ପ୍ରମୁଖ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ ଶେଷରେ ଶ୍ରୀ ଜେନା ସମସ୍ତ ଅତିଥି ମାନଙ୍କୁ ଉପଢୌକନ ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କୁ ପ୍ରଶିକ୍ଷଣର ମାନପତ୍ର ପ୍ରଦାନ କରି ଧନ୍ୟବାଦ ଅର୍ପଣ କରିଥିଲେ I




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁଇ ଦିନିଆ ବ୍ୟାଙ୍କ୍ ଗ୍ରାହକ ମେଳା

ଦୁଇ ଦିନିଆ ବ୍ୟାଙ୍କ୍ ଗ୍ରାହକ ମେଳା
Read More...

କେ.ନୂଆଗାଁ ବ୍ଲକରେ ବିଜୁ ଜନତା ଦଳ ତରଫରୁ ପଦଯାତ୍ରା

କେ.ନୂଆଗାଁ ବ୍ଲକରେ ବିଜୁ ଜନତା ଦଳ ତରଫରୁ ପଦଯାତ୍ରା
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ସାନଖେମୁଣ୍ଡି: ବିଜୟ କେତନ ପରିବାର ତରଫରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ମହା ସମାହୋରରେ ପାଳିତ
View All Photos

ଦର୍ଶକ ପରିସଂଖ୍ୟାନ :

http://www.hitwebcounter.com/


ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ