ସାରା ଦେଶ ପାଇଁ ହେବ ଏକକ ଇଲେକଟ୍ରୋନିକ ଟୋଲ ଆଦାୟ ବ୍ୟବସ୍ଥା |

ଗଜପତି ଜିଲ୍ଲାରେ ବିଜେପିର ପଦଯାତ୍ରା

October 03, 2019, ରାଜନୀତି, ଗଜପତି, ପ୍ରଭାତ କୁମାର ପାତ୍ର


ଗଜପତି ଜିଲ୍ଲାରେ ବିଜେପିର ପଦଯାତ୍ରା
ପ୍ରଭାତ କୁମାର ପାତ୍ର
[ ସାମ୍ବାଦଦାତା, ଗଜପତି ଜିଲ୍ଲା ]
DSLR News Bureau
October 03, 2019

ପାରଳାଖେମୁଣ୍ଡି,୩/୧୦ (ପ୍ରଭାତ କୁମାର ପାତ୍ର) :


ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ଭାଜପା ପକ୍ଷରୁ ଗାନ୍ଧୀଜୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଆଜି ଗାନ୍ଧୀ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରୁ ଏକ ବିରାଟ ପଦଯାତ୍ରାରେ ଭାଜପାର ରାଜ୍ୟ ସାଧାରଣ ସମ୍ପାଦକ ଭୁଗୁ ବକ୍ସି ପାତ୍ରଙ୍କ ନେତୃତ୍ୱରେ ଗାନ୍ଧୀ ସଂକଳ୍ପ ପଦଯାତ୍ରା ବାହାରିଥିଲା। ପଦଯାତ୍ରାରେ ଗାନ୍ଧୀଙ୍କ ନିତୀ ଆଦର୍ଶ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆବାଜକୁ ସ୍ଲୋଗାନ ମାଧ୍ଯମରେ ସମଗ୍ର ସହର ପରିକ୍ରମା କରି ଜନ ସଚେତନତା କରାଇଥିଲେ।


ଏହି ଅବସରରେ ସଂଯୋଜକ ଭୁଗୁ ବକ୍ସି ପାତ୍ର ସାମ୍ବାଦିକ ମାନଙ୍କୁ କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକ ସୂଚନା ଦେଇ କହିଥିଲେ ଯେ ଭାରତୀୟ ଜନତା ପାର୍ଟି ଆଜି ଗାଁ ଗାଁ ଠାରୁ ଆରମ୍ଭ କରି ଦିଲ୍ଲୀ ପଯ୍ୟନ୍ତ ଏ ଗାନ୍ଧୀ ସଂକଳ୍ପ ପଦଯାତ୍ରା ଆରମ୍ଭ କରିଛି। ଗାଁ ର ବିକାଶ ହେଲେ ଦେଶର ବିକାଶ ହେବ । ନରେନ୍ଦ୍ର ମୋଦି ସରକାର ସବକା ସାଥ ସବକା ବିଶ୍ୱାସ ଓ ବିକାଶ କଥା କହିଛନ୍ତି।


ଏହି ସରକାର ଯେଉଁ ବ୍ୟବସ୍ଥା ସବୁ ପରିବେଶ ସ୍ୱଛ ରଖିବା, ସମାଜରେ ଗଛ ଲଗାଇବା ଓ ପରିବେଶକୁ ଠିକ୍ ରଖିବା ସମାଜ ସ୍ୱଛ ରହିଲେ ସମାଜ ବିକାଶ ହେବ ଏକଥା ସବୁ ଏହି ସରକାରଙ୍କ ନେତୃତ୍ୱରେ ଭାଜପା ଗାଁ କୁ ଗାଁ ଯାଇ ସାଧାରଣ ଜନତାଙ୍କ ସହ ମିଶି ଏକଜୁଟ କରି ଭାରତ ବର୍ଷକୁ ସ୍ୱଛ ରଖିବା ଓ ବିକଶିତ କରିବ ଏ ନେଇ ଭାଜପା ଆଜି ଏହି ସଂକଳ୍ପ ପଦଯାତ୍ରାରେ ବାହାରିଛି। ଅନ୍ୟ ପକ୍ଷରେ ଗାନ୍ଧୀଙ୍କ ନିତୀ ଆଦର୍ଶ ଓ ଅହିଁସାର ସମସ୍ତ ବ୍ୟବସ୍ଥାକୁ କେନ୍ଦ୍ର ସରକାର ,ଭାଜପା ଗାଁ ଗାଁରେ ପହଞ୍ଚିବାରେ ସଂକଳ୍ପ ନେଇଛି। ମହାତ୍ମାଗାନ୍ଧୀଙ୍କ ଗଥାକୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜିଲ୍ଲା ଭାଜପାର କର୍ମକତା ନେତା ଏବଂ ସରକାର ଆମେ ସମସ୍ତେ ପାଳନ କରିବାର ଏକ ସଂକଳ୍ପ ନେଇଛୁ।


ଗାଁରେ ପ୍ଳାଷ୍ଟକ ବଜନ ହେଉ, ପରିବେଶକୁ ସଫା ରଖିବା ହେଉ, ଗଛ ଲଗାଇବା ହେଉ, ନିଶା ବିହୀନ ସମାଜ ତିଆରି କରିବା ହେଉ ସମସ୍ତ କଥାକୁ ସମାଜର ସାମୁହିକ ବ୍ୟବସ୍ଥାକୁ ବସାଇବା ପାଇଁ ଭାରତୀୟ ଜନତା ପାର୍ଟି ଏହି ସଂକଳ୍ପ ପଦଯାତ୍ରା ଆରମ୍ଭ କରିଛି ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପାରଳା ବିଧାୟକ କେ ନାରାୟଣ ରାଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନିତାରାଣି ବେହେରା, ଜିଲ୍ଲା ସଭାପତି ଜି ଭେଙ୍କଟରାବଣା, ଜଗନ୍ନାଥ ମହାପାତ୍ର, ତ୍ରିପତି ନାୟକ, ଚିତ୍ରି ସିମାଦ୍ରି, ପି କ୍ରିଷ୍ଣା, ନୃସିଂହ ପଟ୍ଟନାୟକ, ମୁରୁଲୀ ଗୋପାଳ ରାଓ, ସୁନୀଲ ମହାପାତ୍ରଙ୍କ ସମେତ ନେତା କର୍ମ ଏହି ପଦଯାତ୍ରାରେ ଯୋଗଦେଇଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବୟୋଶ୍ରେଷ୍ଠ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

ବୟୋଶ୍ରେଷ୍ଠ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି
Read More...

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ କବିସୂର୍ଯ୍ୟନଗର ବିଜେପି ପକ୍ଷରୁ କୋଦଳା ଏନ ଏ ଏସି ଠାରେ ସଂକଳ୍ପ ପଦଯାତ୍ରା ଆରମ୍ଭ

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ କବିସୂର୍ଯ୍ୟନଗର ବିଜେପି ପକ୍ଷରୁ କୋଦଳା ଏନ ଏ ଏସି ଠାରେ ସଂକଳ୍ପ ପଦଯାତ୍ରା ଆରମ୍ଭ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ଗଞ୍ଜାମଜିଲ୍ଲା : ହିଞ୍ଜିଳିକାଟୁ ଗାଁ ସାଥିଙ୍କ ଡାଟାବେସ ପାଇଁ ବିଡିଓଙ୍କୁ ନିବେଦନ
View All Photos

ଦର୍ଶକ ପରିସଂଖ୍ୟାନ :

http://www.hitwebcounter.com/


ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ