ଭାରତୀୟ ଗଣତନ୍ତ୍ରର ଇତିହାସରେ ଏକ ନୂଆ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି |

ହଜିଲା ପୁଅଙ୍କୁ ପାଇଲେ ମା

October 01, 2019, ଜୀବନଶୈଳୀ, ଗଞ୍ଜାମ, ପ୍ରଫୁଲ୍ଲ କୁମାର ସାବତ


ହଜିଲା ପୁଅଙ୍କୁ ପାଇଲେ ମା
ପ୍ରଫୁଲ୍ଲ କୁମାର ସାବତ
[ ସମ୍ବାଦଦାତା ]
DSLR News Bureau
October 01, 2019

ଦିିଗପହଣ୍ଡି,୧/୧୦(ପ୍ରଫୁଲ ସାବତ) :


ଦିିଗପହଣ୍ଡି ଥାନା ଅନ୍ତର୍ଗତ ତୁରୁବୁଡି ଗ୍ରାମର ଜଣେ ଦିବ୍ୟାଙ୍ଗ ନାବାଳକ ୧୦ବର୍ଷ ତଳେ କେଉଁଆଡ଼େ ଚାଲିଯାଇଥିଲେ। ଗତ ଶୁକ୍ରବାର ହଜିଲା ପୁଅ ତାଙ୍କ ମା’ଙ୍କ ପାଖକୁ ଫେରିଛନ୍ତି । ନାବାଳକ ଜଣକ ହେଲେ ଶେଖ ବାବା ଓରଫ କାଳିଆ (୧୭)। କଥା କହିପାରୁ ନ ଥିବା ଶେଖ ବାବା ୭ ବର୍ଷର ହୋଇଥିବା ବେଳେ କୌଣସି ପ୍ରକାରେ ପରିବାର ଲୋକଙ୍କଠାରୁ ଅଲଗା ହୋଇଯାଇଥିଲେ। ପ୍ରାୟ ୩ ବର୍ଷ ତଳେ ବ୍ରହ୍ମପୁରରେ ସେ ଅସହାୟ ଅବସ୍ଥାରେ ବୁଲୁଥିଲେ। ତାଙ୍କୁ ଜିଲା ଶିଶୁ କଲ୍ୟାଣ କମିଟି ଉଦ୍ଧାର କରିଥିଲା। କଥା କହିପାରୁ ନଥିବାରୁ ତାଙ୍କ ନାମ କାଳିଆ ରଖି ତଦାରଖ ନିମନ୍ତେ ୨୦୧୬ ଜାନୁୟାରୀ ୨୧ ତାରିଖରେ କୋଦଳା ବାଲ ବିକାଶ ବିଶ୍ୱନାଥ ଅପାସରା ମାନସିକ ଓ ଭିନ୍ନକ୍ଷମ ବିଦ୍ୟାଳୟକୁ ଛଡା ଯାଇଥିଲା ।


ଉକ୍ତ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ କାଳିଆଙ୍କ ହସ୍ତାକ୍ଷର ଦେଖି ସେ ମୁସଲିମ ସମ୍ପ୍ରଦାୟର ହୋଇଥାଇ ପାରନ୍ତି ବୋଲି ଜାଣି ସ୍ଥାନୀୟ କେତେଜଣଙ୍କ ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ସହାୟତା ନେଇଥିଲେ। ଗତ ୧୫ ତାରିଖରେ କାଳିଆଙ୍କ ପରିଚୟ ମିଳିପାରି ଥିଲା। କାଳିଆ ଦିଗପହଣ୍ଡି ଥାନା ଅନ୍ତର୍ଗତ ତୁରୁବୁଡି ଗ୍ରାମର ସ୍ବର୍ଗତ ଶେଖ କମଲ ଓ ସାହାଜବୀଙ୍କ ପୁଅ ଶେଖ ବାବା ବୋଲି ଜଣାପଡିଥିଲା। ଏହାଛଡା ସ୍ଥାନୀୟ ସରପଞ୍ଚ କୁରୁ ସେଠୀ ଓ ପରିବାର ଲୋକେ ଶେଖବାବାଙ୍କ ଶରୀରରେ ଥିବା ସମସ୍ତ ଚିହ୍ନ ଓ ପିଲାଦିନ ଫଟୋକୁ ଦେଖି ତାଙ୍କୁ ଚିହ୍ନଟ କରିଥିଲେ। ଶୁକ୍ରବାର ବ୍ରହ୍ମପୁରସ୍ଥିତ ଜିଲା ଶିଶୁ କଲ୍ୟାଣ କମିଟି ମାଧ୍ୟମରେ ଶେଖବାବାଙ୍କୁ ତାଙ୍କ ମା’ ସାହାଜବୀଙ୍କୁ ହସ୍ତାନ୍ତର କରାଯାଇଥିବା କୋଦଳା ମାନସିକ ଓ ଭିନ୍ନକ୍ଷମ ବିଦ୍ୟାଳୟ ଅଧ୍ୟକ୍ଷ ଅବିରେଶ ପ୍ରସାଦ ମହାପାତ୍ର ଜଣାଇଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
Vice President Greets people on the eve of Gandhi Jayanti

Vice President Greets people on the eve of Gandhi Jayanti
Read More...

Poor Farmer from Assam Gets Saved Due to Ayushman Bharat

Poor Farmer from Assam Gets Saved Due to Ayushman Bharat
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :PM greets nation on the occasion of Vijayadashmi
View All Photos

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ